ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରରେ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁ): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ଆଜି ଭୋଟ ଗ୍ରହଣ ଚାଲିଛି । ତେବେ ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ଗୁରୁବାର ନବୀନ ବୌଦ୍ଧ ଜିଲ୍ଲା ଗସ୍ତ କରି ସେଠାରେ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଥିଲେ । ଏ‌ହି ଅବସରରେ ସେ କାଳିଆ ଯୋଜନାରେ ସହାୟତା ରାଶି ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ଏ ନେଇ ସେଠାରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଥିଲେ । ଅନ୍ୟ ଦଳ ନେତାମାନେ ଓଡିଶାବାସୀଙ୍କ ଦୁର୍ଗତି ବେଳେ ସେମାନଙ୍କ ସହ ଠିଆ ନ ହୋଇ ଏବେ କେବଳ ଭୋଟ ମାଗିବାକୁ ଆସୁଛନ୍ତି ।

କେନ୍ଦ୍ର ସରକାରଙ୍କର ଓଡ଼ିଶାର ଉନ୍ନତି କିମ୍ବା ଓଡ଼ିଶାବାସୀଙ୍କ ପ୍ରତି ତିଳେ ମାତ୍ର ଦରଦ ନାହିଁ । କେନ୍ଦ୍ର ମନ୍ତ୍ରୀମାନେ ଓଡିଶା ଆସି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କହି ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ନବୀନ । କାଳିଆ ଯୋଜନାରେ ରାଜ୍ୟର ୪୦ ଲକ୍ଷ ଚାଷୀ ଉପକୃତ ହୋଇଥିବା ବେଳେ ବିଜେପି ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ବିଜୁ ଜନତା ଦଳ ସରକାର ଗଢ଼ିବାର ପ୍ରଥମ ଦିନରେ ହିଁ ସବୁ ଚାଷୀ ୨ଟି କିସ୍ତି ବାବଦ ୧୦ ହଜାର ଟଙ୍କା ପାଇବେ ବୋଲି ଏଠାରେ ବି ନବୀନ ଘୋଷଣା କରିଥିଲେ ।

Leave a comment