ଏକାମ୍ର ବିଜେଡିର ୨ ଦିନିଆ ପ୍ରଶିକ୍ଷଣ ଶିବିର
ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ): ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିର ରେ ଭୁବନେଶ୍ୱର ମହାନଗର ନିଗମର ୨୪ ଟି ୱାର୍ଡ ଏବଂ ୬ ଟି ଗ୍ରାମପଞ୍ଚାୟତ ର ପ୍ରାୟ ତିନି ହଜାର ଆକ୍ଟିଭ ମେମ୍ବର ମାନଙ୍କୁ ନେଇ ୪ଟି ପର୍ଯ୍ୟାୟରେ ପ୍ରଶିକ୍ଷକ ମାନେ ପ୍ରଶିକ୍ଷଣ ଦେଇଥିଲେ । ଏହି ଶିବିର ସକାଳ ୧୦ ଟା ରୁ ୧୨ ଟା ଏବଂ ଦିନ ୨ଟା ରୁ ୪ଟା ପର୍ଯ୍ୟନ୍ତ ଚାଲିଥିଲା ।
ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ କର୍ମଶାଳାରେ ପ୍ରଶିକ୍ଷକ ତଥା ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଆକଟିଭ ମେମ୍ବର ମାନଙ୍କୁ କହିଥିଲେ। ବିଜୁ ଜନତା ଦଳ ମୁଖପାତ୍ର ଲୋରା ମାହାପତ୍ର କେନ୍ଦ୍ର ସରକାର ଙ୍କ ଓଡ଼ିଶା ପ୍ରତି ଅବହେଳା କୁ କିପରି ବିରୋଧ କରାଯିବ ଏନେଇ ମତପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ବି ଜେ ଡି ସଂଯୋଜକ ପ୍ରିୟ ବ୍ରତ ମାଝୀ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ ବିଜୁ ଜନତା ଦଳର ଶଙ୍ଖ ଆପ କୁ ପ୍ରତ୍ୟେକ ଲୋକଙ୍କ ପାଖରେ ନିଜ ମୋବାଇଲରେ ଇନଷ୍ଟଲ କରି ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଆଇବା ସହ ଫେସବୁକ୍, ଇନ୍ଷ୍ଟଗ୍ରାମ ଏବଂ ଟୁଇଟର ଆକାଉଣ୍ଟ କୁ ଅଧିକ ରୁ ଅଧିକ ଫଲୋ, ଲାଇକ୍ ଏବଂ ସେୟାର କରିବାକୁ ଅନୁରୋଧ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ପୋରେଟର, ପୂର୍ବତନ କର୍ପୋରେଟର,ସରପଞ୍ଚ, ସମିତି ସଭ୍ୟ,ପୂର୍ବତନ ସରପଞ୍ଚ, ସମିତି ସଭ୍ୟ,ବିଜୁ ମହିଳା,ଯୁବ, ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।