ରାଜ୍ୟରେ ୯୦ ହଜାର ପାରକଲା ଆରୋଗ୍ୟଙ୍କ ସଂଖ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ଶୁକ୍ରବାର ୨୯୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୦୩୩୧ରେ ପହଞ୍ଚିଲା। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


କଟକ ଜିଲ୍ଲାରୁ ସର୍ବାଧିକ ୬୫୪ଆକ୍ରାନ୍ତ ଆରୋଗ୍ୟ ହୋଇଥିଲାବେଳେ ଖୋର୍ଦ୍ଧାରୁ ୨୬୩ ରହିଛନ୍ତି। ମୟୂରଭଞ୍ଜରୁ ୨୦୭, ସମ୍ବଲପୁରରୁ ୧୩୩, ବଲାଙ୍ଗିରରୁ ୧୨୬, ନୟାଗଡ଼ରୁ ୧୧୪, ପୁରୀରୁ ୧୧୪, ବାଲେଶ୍ୱରରୁ ୧୧୧, କୋରାପୁଟରୁ ୧୦୩, କେନ୍ଦ୍ରାପଡ଼ାରୁ ୯୧, ବରଗଡ଼ରୁ ୮୭, ଅନୁଗୁଳରୁ ୮୦, କେନ୍ଦୁଝରରୁ ୮୦, ରାୟଗଡ଼ାରୁ ୭୬, ଢ଼େଙ୍କାନାଳରୁ ୭୫, ସୁନ୍ଦରଗଡ଼ରୁ ୬୮, ଝାରସୁଗୁଡ଼ାରୁ ୬୭, ଭଦ୍ରକରୁ ୬୪, ମାଲକାନଗିରିରୁ ୬୧, ଜଗତସିଂହପୁରରୁ ୩୮, ନୂଆପଡ଼ାରୁ ୩୭, କନ୍ଧମାଳରୁ ୩୩, ଗଜପତିରୁ ୨୫, ନବରଙ୍ଗପୁରରୁ ୨୧, ଯାଜପୁରରୁ ୨୦, ଦେବଗଡ଼ରୁ ୫ ଓ ସୋନପୁରରୁ ୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

Leave a comment