ରାଜ୍ୟର ୨୯ ଜଣ ପୋଲିସ ଆଜି ପାଇବେ ସେବା ପଦକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାତୀୟ ପୋଲିସ ପଦକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅଠର ଆମ ରାଜ୍ୟରୁ ୨୯ ଜଣଙ୍କୁ ମିଳିବ ପୋଲିସ ପଦକ । ସେମାନଙ୍କ ମଧ୍ୟରୁ ୧୪ ଜଣ ପୋଲିସ ପ୍ରଶଂସନୀୟ ସେବାପଦକ, ୪ଜଣ ପୋଲିସ ଙ୍କୁ ଉଲ୍ଲେଖନୀୟ ସେବା ପଦକ ଓ ୧୧ ଜଣଙ୍କୁ ପୋଲିସ ସାହସିକତା ପଦକ ମିଳିବ ।

ପ୍ରଶଂସନୀୟ ସେବା ପଦକ ପାଉଥିବା ୧୪ଜଣ ହେଲେ କ୍ରାଇମବ୍ରାଞ୍ଚ ଏଏସ୍‌ପି ରାଧା ବିନୋଦ ପାଣିଗ୍ରାହୀ, ଡିଏସ୍‌ପି ଉଦୟଭାନୁ ମିଶ୍ର, ଡିଏସ୍‌ପି ବୃନ୍ଦାବନ ଘଡ଼େଇ, ଅଷ୍ଟମ ବାଟାଲିୟନ୍ କମାଣ୍ଡାଣ୍ଟ ଚନ୍ଦ୍ରଶେଖର ପାତ୍ର, ଏସ୍‌ପି ଟଙ୍କଧର ପ୍ରଧାନ, ଡିସିପି ଟ୍ରେନିଂ ବିଜୟ କୁମାର ସାହୁ, ଛତ୍ରପୁର ଅଷ୍ଟମ ବାଟାଲିୟନ୍‌ କମାଣ୍ଡାଣ୍ଟ ଉଦୟ କୁମାର ରଥ, ସପ୍ତମ ସ୍ୱତନ୍ତ୍ର ବାଟାଲିୟନ୍ କମାଣ୍ଡାଣ୍ଟ ଜବାହର ମୋହନ ପଟେଲ,ଡିଏସ୍‌ପି ସରୋଜ କୁମାର ସାମଲ, ଡିଏସ୍‌ପି ରବୀନ୍ଦ୍ର ପଣ୍ଡା, ଏଏସ୍ଆଇ ମୋହିତ ମଲ୍ଲିକ, ଏଏସ୍‌ଆଇ ରବୀନ୍ଦ୍ର ଆଚାର୍ଯ୍ୟ, ହାବିଲଦାର ଅମିୟ ରାଉତରାୟ ଓ କନଷ୍ଟେବଳ ସତ୍ୟବାଦୀ ମଲ୍ଲିକ ।

Leave a comment