ଗୌରବାନ୍ୱିତ କାର୍ଯ୍ୟ ପାଇଁ ସମ୍ମାନିତ ହେବେ ୨୯ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା କର୍ମଚାରୀ, ୧୩ ଗୃହରକ୍ଷୀ ଏବଂ ୫ ବେସାମରିକ ପ୍ରତିରକ୍ଷା ବାହିନୀର ସ୍ୱେଚ୍ଛାସେବୀ
DG CD & HGs ପଦକ ଏବଂ ପ୍ରଶଂସା ପତ୍ର ପ୍ରଥମେ ୧୯୭୫ ମସିହାରେ ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ବାହିନୀର ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଦାନ କରାଯାଇଥିଲା । ଏହାପରେ ୨୦୦୨ ମସିହାରେ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀ ମାନଙ୍କୁ ଏହି ପଦକ ପ୍ରଦାନ କରାଗଲା ।
ଏହି ପଦକ ପ୍ରଦାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଗ୍ନି ଦୁର୍ଘଟଣାର ସଫଳ ମୁକାବିଲା ଏବଂ ବିଭିନ୍ନ ପ୍ରକାରର ବିପର୍ଯ୍ୟୟର ଉଦ୍ଧାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବା କର୍ମଚାରୀ ମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ପ୍ରଶଂସିତ କରିବା ।
ଚଳିତ ବର୍ଷ, ୨୯ ଜଣ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା କର୍ମଚାରୀ, ୧୩ ଜଣ ଗୃହରକ୍ଷୀ ଏବଂ ୫ ଜଣ ବେସାମରିକ ପ୍ରତିରକ୍ଷା ବାହିନୀର ସ୍ୱେଚ୍ଛାସେବୀ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ DG FS, CD & HGs ପଦକ ଏବଂ ପ୍ରଶଂସା ପତ୍ର ପାଇବା ପାଇଁ ମନୋନୀତ ହୋଇଛନ୍ତି ।
ଏହି ଅବସରରେ ନିଜର ଉତ୍ସର୍ଗୀକୃତ ସେବା ପାଇଁ, DG CD ଗୃହ ମନ୍ତ୍ରଣାଳୟ, ନୂଆଦିଲ୍ଲୀଙ୍କ ଦ୍ବାରା ପୁରସ୍କୃତ ହୋଇଥିବା କର୍ମଚାରୀ ମାନଙ୍କୁ ମହାନିର୍ଦେଶକ, ଅଗ୍ନିଶମ ସେବା ସଂସ୍ଥା ଭବିଷ୍ୟତରେ ସେମାନେ ଏହିଭଳି ଭାବରେ ଅହେତୁକ ଜନସେବା ଜାରି ରଖି ସଂସ୍ଥାକୁ ଗୌରବାନିତ୍ୟ କରିବେ ବୋଲି ପ୍ରକାଶ କଲେ।
ଉକ୍ତ ଉତ୍ସବରେ ଶ୍ରୀ ଦେବେନ୍ଦ୍ର କୁମାର ସ୍ଵାଇଁ, ମୁଖ୍ୟ ଅଗ୍ନିଶମାଧିକାରୀ (SAG), ଶ୍ରୀ ପ୍ରଶାନ୍ତ କୁମାର ଦାଶ, ନିର୍ଦେଶକ, ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ଥାର ପ୍ରତିଷ୍ଠାନ, ଭୁବନେଶ୍ଵର, ଶ୍ରୀ ରମେଶ ଚନ୍ଦ୍ର ମାଝି , ମୁଖ୍ୟ ଅଗ୍ନିଶମାଧିକାରୀ, ଶ୍ରୀ ତ୍ରିଲୋକ କୁମାର ବାବୁ , ଅଧ୍ୟକ୍ଷ୍ୟ, ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ଥାର ପ୍ରତିଷ୍ଠାନ, ଭୁବନେଶ୍ଵର ଓ ବିଭାଗୀୟ ସମସ୍ତ ଉଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ରହି ସାଫଲ୍ୟ ମଣ୍ଡିତ କରିଥିଲେ।
ପରିଶେଷରେ ଶ୍ରୀ ପ୍ରଶାନ୍ତ କୁମାର ଦାଶ, ନିର୍ଦେଶକ, ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ଥାର ପ୍ରତିଷ୍ଠାନ, ଭୁବନେଶ୍ଵର ସମସ୍ତ ଉପସ୍ଥିତ ବିଭାଗୀୟ କର୍ମଚାରୀ, ପ୍ରଶିକ୍ଷାର୍ଥୀ ଓ ଗଣମାଧ୍ୟମକୁ ଧନ୍ୟବାଦ ଅର୍ପଣ କରି ଉତ୍ସବକୁ ଉଦଯାପିତ କରିଥିଲେ ।