ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଭୁଶୁଡିପଡିଲା ଛାତ, ୨୯ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରେଷ୍ଟୁରାଣ୍ଟରେ ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଭୁଶୁଡିପଡିଲା ଛାତ। ଫଳରେ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଚୀନ୍ ଜିୟାଙ୍ଗଫେନ କାଉଣ୍ଟି ଚେନଝୁଆଙ୍ଗ ସ୍ଥିତ ଜୁଜିୟାନ ରେଷ୍ଟୁରାଣ୍ଟରେ ଶନିବାର ସକାଳେ ବ୍ୟକ୍ତିଙ୍କ ଜନ୍ମଦିନ ପାର୍ଟି ଚାଲିଥିଲା। ସେହି ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜନ୍ମଦିନ ପାଳନ ବେଳେ ସଂପୃକ୍ତ ବ୍ୟକ୍ତିଙ୍କ ପରିବାରଲୋକ ଏବଂ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ପାର୍ଟି ଚାଲିଥିବା ବେଳେ ହଠାତ୍ ରେଷ୍ଟୁରାଣ୍ଟର ଛାତ ଭୁଶୁଡି ପଡିଥିଲା । ଫଳରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨୧ ଜଣ ଆହତ ହୋଇଛନ୍ତି । ରବିବାର ସକାଳେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା ।