ଖୋଲିଲା ହୀରାକୁଦର ୨୮ ଗେଟ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ୍ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ତେବେ ହୀରାକୁଦ ଡ୍ୟାମକୁ ୬ ଲକ୍ଷ ୫୬ ହଜାର ୬  କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଏଥିସହ ହୀରାକୁଦରୁ ୩ ଲକ୍ଷ ୩୫ ହଜାର ୬୫୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ହୀରାକୁଦ ଡ୍ୟାମ୍‌ ଗେଟ୍ ଖୋଲିବା ଦ୍ୱାରା ଫୁଲୁଛି ମହାନଦୀ।ସୂଚନାଯୋଗ୍ୟ, ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଦେଇ ଆଜି ସକାଳେ ଜଳ ନିଷ୍କାସନ ଜାରି ରହିଥିଲା। ଏହାପରେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା। ଫଳରେ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିଲା।  ଏବେ  ଆଉ ୪ଟି ଗେଟ୍‌ ଖୋଲା ଯାଇଛି। ଯଦ୍ୱାରା ବର୍ତ୍ତମାନ ୨୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍ପାସନ ହେଉଛି। ଏହାପରେ ସ୍ଥିତି ଦେଖଇ ୩୬ଟି ପର୍ଯ୍ୟନ୍ତ ଗେଟ୍‌ ଖୋଲାଯିବାର ସମ୍ଭାବନା ଥିବା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।

Leave a comment