ବିଶ୍ୱ ପାଇଁ ଖୁସି ଖବର, ୨୬ଦେଶ କରୋନା ମୁକ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱ ପାଇଁ ଖୁସି ଖବର। ବିଶ୍ବର ୨୬ଟି ଦେଶ ତଥା ଦ୍ବୀପ କରୋନାମୁକ୍ତ ହୋଇଛନ୍ତି। ଏ ଦେଶଗୁଡିକ ମଧ୍ୟରେ ଅଛି ନ୍ୟୁଜିଲାଣ୍ଡ, ଆଇଲ ଅଫ ମ୍ୟାନ,ତିମୋର-ଲେଷ୍ଟେ, ନ୍ୟୁ କାଲେଡୋନିଆ, ଲାଓସ, ଫିଜି, ସେଣ୍ଟ କିଟସ ଓ ନେବିସ,ମୋଣ୍ଟେନିଗ୍ରୋ, ଫେରୋ ଆଇଲାଣ୍ଡ, ତ୍ରିନିଦାଦ ଓ ଟବାଗୋ, ଅରୁବା, ଫ୍ରେଞ୍ଚ ପଲିନେସିଆ, ମାକାଓ, ଏରିତ୍ରୀ, ଫକଲାଣ୍ଡ ଆଇଲାଣ୍ଡ, ଗ୍ରୀନଲାଣ୍ଡ, ଟର୍କସ ଓ କାଇକୋଜ ଦ୍ବୀପ, ଭାଟିକାନ ସିଟି, ମାଣ୍ଟସେରାଟ, ସେସୋଲ୍ସ, ବ୍ରିଟିଶ ଭର୍ଜିନ ଦ୍ବୀପ, ପପୁଆ ନ୍ୟୁ ଗିନି, କାରାବିଆନ ନେଦରଲାଣ୍ଡ, ସେଣ୍ଟବର୍ଥ, ଅଂଗ୍ବିଲା ଏବଂ ସେଣ୍ଟ ପିୟରେ ମିକ୍ୱେଲୋନ। ଏହି ଦେଶଗୁଡିକରେ ଏବେ ଗୋଟିଏ ମଧ୍ୟ କରୋନା ସଂକ୍ରମଣ ମାମଲା ନ ଥିବା ସୂଚନା ମିଳିଛି।
ଉଲ୍ଲେଖ ଯେ ସମ୍ପ୍ରତି ବିଶ୍ୱବ୍ୟାପୀ ୭୨.୫୦ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ୪.୧୦ ଲକ୍ଷରୁ ଅଧିକ ଲୋକ ସଂକ୍ରମଣରେ ପ୍ରାଣ ହରାଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ଆମେରିକାରେ ସର୍ବାଧିକ ୨୦.୩୨ ଲକ୍ଷ, ବ୍ରାଜିଲରେ ୭,୧୧,୬୯୬ ବ୍ରିଟେନରେ ୨,୮୯,୧୪୦, ସ୍ପେନ୍ରେ ୨,୮୮,୭୯୭ ରହିଛି।