ଇର୍ପିନରୁ ୨୬୯ ଶବ ମିଳିଛି: ପୁଲିସ
କିଏଭ୍ : ଗତ ମାର୍ଚ୍ଚରେ ରୁଷ୍ସେନା କବ୍ଜାରୁ ମୁକ୍ତ କରାଯାଇଥିବା ରାଜଧାନୀ କିଏଭ୍ ନିକଟସ୍ଥ ଇର୍ପିନ୍ ସହରରୁ ପ୍ରାୟ ୨୬୯ ଶବ ମିଳିଥିବା ସେଠାକାର ଜଣେ ପୁଲିସ ଅଧିକାରୀ କହିଛନ୍ତି । ୟୁକ୍ରେନ୍ର ଉତ୍ତରାଞ୍ଚଳରୁ ହଟି ପୂର୍ବାଞ୍ଚଳ ଉପରେ ରୁଷ୍ ସେନା ଆକ୍ରମଣକୁ ଜୋର୍ଦାର କରିବା ପୂର୍ବରୁ ୬୨ ହଜାର ଜନସଂଖ୍ୟା ବିଶିଷ୍ଟ ଇର୍ପିନ୍ ସହର ଉଭୟ ସେନା ମଧ୍ୟରେ ଲଢ଼େଇର ପ୍ରମୁଖ ହଟ୍ସ୍ପଟ୍ ଥିଲା । ଏହି ଶବଗୁଡ଼ିକର ଅନ୍ତିମ ସଂସ୍କାର ପାଇଁ ଇର୍ପିନ୍ ସହର ବାହାରେ ଥିବା ଏକ ଶ୍ମଶାନରେ ପ୍ରାୟ ଡଜନ ସଂଖ୍ୟକ କବର ଖେଳାଯାଇ ଏହି ଶବଗୁଡ଼ିକୁ ପୋତା ଯାଇଛି ।
ପୁଲିସର ତଦନ୍ତକାରୀ ବିଭାଗ ଉପମୁଖ୍ୟ ସେରହି ପାଣ୍ଟେଲେୟେଭ୍ କହିଛନ୍ତି, ଆମେ ୨୬୯ ଶବର ଯାଞ୍ଚ୍ କରିଛୁ । ଏହା ମଧ୍ୟରୁ ଅଧିକାଂଶଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଜାଣିବା ନିମନ୍ତେ ଫରେନ୍କ୍ ବିଭାଗ କାର୍ଯ୍ୟ ଚଳାଇଛି ଏବଂ ଗୁରୁତର ଭାବେ ଜଳିଯାଇଥିବା ଶବଗୁଡ଼ିକର ଅବଶିଷ୍ଠାଂଶର ଫଟୋ ଶେୟାର୍ କରଯାଉଛି ବୋଲି ଏକ ଅନ୍ଲାଇନ୍ ବ୍ରିଫିଂ ବେଳେ କହିଛନ୍ତି । ସେ ଆହୁରି କହିଛନ୍ତି ସାଧାରଣ ନାଗରିକଙ୍କୁ ଗୁଳି କରାଯାଇଥିବା ସହରର ସାତଟି ସ୍ଥାନରେ ଯାଞ୍ଚ୍ କରାଯାଉଛି ।