୨୫ଟି ବୁଥ୍‌ରେ ସାନି ମତଦାନ ପ୍ରସ୍ତାବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହିଂସାକାଣ୍ଡ ଘଟିଛି ତାହା ଯେପରି  ଦ୍ବିତୀୟ ପର୍ଯ୍ୟାୟରେ ପୁର୍ନରାବୃତ୍ତି ନ ହେଉ ସେ ଦିଗରେ ଗୁରୁତ୍ବ ଦେଇଛନ୍ତି ନିର୍ବାଚନ ଆୟୋଗ । ଏହା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଘଟିଥିବା ହିଂସା ଘଟଣା ପରେ ୨୫ଟି ବୁଥ୍‌ରେ ପୁନଃ ମତଦାନ ପାଇଁ ଆଜି ପ୍ରସ୍ତାବ  ଆସିଛି । ଯାଜପୁର ଜିଲ୍ଲା ସର୍ବାଧିକ ୧୧ଟି ବୁଥରେ ରି-ପୋଲ୍ ପାଇଁ ପ୍ରସ୍ତାବ ଆସିଥିବା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ କମିଶନରଙ୍କ ସଚିବ ରବିନ୍ଦ୍ର ସାହୁ ।

ଦ୍ବିତୀୟ ପର୍ଯ୍ୟାୟରେ ୨୦ ହଜାର ୪୩୬ ବୁଥରେ ନିର୍ବାଚନ ହେବ। ସେଥିରୁ ୩ ହଜାର ୬୫ ବୁଥ୍ ସମ୍ବେଦନଶୀଳ । ୪ଟି ଜିଲ୍ଲାରେ ୨୫ ଟି ସ୍ଥାନରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ଯାଜପୁର ୧୧, ପୁରୀ ୫, ଢେଙ୍କାନାଳ ୪, ଭଦ୍ରକ ୫ ଟି ସ୍ଥାନ ପାଇଁ ପ୍ରସ୍ତାବ ଆସିଛି। ରାଜ୍ୟ ନିର୍ବାଚନ କମିଶନ ପୁନଃ ନିର୍ବାଚନ ନେଇ ତର୍ଜମା କରୁଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା ନେଇ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ।

ଦ୍ବିତୀୟ ପର୍ଯ୍ୟାୟ ପାଇଁ ପୋଲିଂ କର୍ମଚାରୀ ନିଜ ନିଜ ସ୍ଥାନରେ ପହଞ୍ଚି ଯିବା ସହ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ କମିଶନରଙ୍କ ସଚିବ ରବିନ୍ଦ୍ର ସାହୁ ।

Leave a comment