ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀରେ ୨୫୦ କୋଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ।

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫୁଲବାଣୀରେ ଆଜି ବିଜୁ ଯୁବବାହିନୀ ସ୍ବେଚ୍ଛାସେବାର ଉତ୍ସବ ପାଳନ କରାଯାଇଛି । କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ ଓ ବୌଦ୍ଧ, ୫ଟି ଜିଲ୍ଲାର ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲାର ଉନ୍ନତି ପାଇଁ ୨୫୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଘୋଷଣା କରିବା ସହ ୫୭ କୋଟି ଟଙ୍କାର ୧୯ ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି । ସେହିପରି ୧୭୭କୋଟି ଟଙ୍କାର ୪୭ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିମଧ୍ୟରୁ ଖମନଖୋଲ-ଗାଡ଼ିମସ୍କା ରୋଡ଼ର ଉନ୍ନତି ପାଇଁ ୭ କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ବାଲିଗୁଡ଼ା ଏନଏସି ଅଞ୍ଚଳକୁ ପାଇପ୍ ପାଣି ଯୋଗାଇଦେବାକୁ ମୋଟ୍ ୮କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

Leave a comment

You cannot copy content of this page