ବାତ୍ୟା ‘ୟସ୍’ ଆଲର୍ଟ : ୨୫ ଟି ଟ୍ରେନ୍ ବାତିଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମ୍ଭାବ୍ୟ ବାତ୍ୟା “ୟସ”କୁ ନେଇ ସବୁଠି ହାଇ ଆଲର୍ଟ । ଏନେଇ ପୂର୍ବ ରେଳବାଇ ୨୪ମେ ରୁ ୨୯ମେ ମଧ୍ୟରେ ୨୫ଟି ଟ୍ରେନ୍ ବାତିଲ କରିଛି ପୂର୍ବତଟ ରେଳପଥ ।ରେଳବାଇ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି ରଦ୍ଦ ହୋଇଥିବା ସମସ୍ତ ୨୫ଟି ଟ୍ରେନର ତାଲିକା ମଧ୍ୟ ପ୍ରଦାନ କରିଛି ।

ବୁଧବାର ଦିନ ୟସ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବା ବୋଲି ସୂଚନା ରହିଛି । ଏହାର ସପ୍ତାହ ପୂର୍ବରୁ ପଶ୍ଚିମ ଉପକୂଳକୁ ଆସିଥିବା ‘ତାଉତେ’ ଘୂର୍ଣ୍ଣିବଳୟ ଧ୍ୱଂସାବଶେଷର କାହାଣୀ ଛାଡିଛି । ପାଣିପାଗ ବିଭାଗ (ଆଇଏମଡି) କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ମେ ୨୬ରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ “ସିଭିୟର ସାଇକ୍ଲୋନିକ ଷ୍ଟର୍ମ”ରେ ପରିଣତ ହୋଇ ବାତ୍ୟାର ରୂପ ନେବ ।

Leave a comment