24ରୁ ଭିଜିବ ଓଡିଶା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): 24ରୁ ଓଡ଼ିଶାରେ ବର୍ଷା ସମ୍ଭାବନା । ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ବର୍ତ୍ତମାନ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ସକ୍ରିୟ ରହିଛି। ବିହାରରୁ ପୂର୍ବ-ବିଦର୍ଭ ଯାଏଁ ଛତିଶଗଡ ଓ ଝାଡ଼ଖଣ୍ଡ ମଧ୍ୟ ଦେଇ ସମୁଦ୍ର ପତ୍ତନ ଠାରୁ ୦.୯ କିମି ଉଚ୍ଚରେ ବାୟୁ ମଣ୍ଡଳରେ ଥିବା ନିମ୍ନ ଚାପରେଖା ଲମ୍ବିଛି । ଏହାର ପ୍ରଭାବରେ ଉପକୂଳ ଓଡିଶା ଓ ପାର୍ଶ୍ଵବର୍ତ୍ତୀ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ଗତ 24 ଘଣ୍ଟାରେ କିଛି ଅଞ୍ଚଳରେ ହାଲୁକା ବର୍ଷା ଅନୁଭୂତ ହୋଇ ପାରେ.

Leave a comment