ଲିଟିଲ ଷ୍ଟାର ସ୍କୁଲର ୨୨ ତମ ବାର୍ଷିକ ଉତ୍ସବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରମୁଣ୍ଡା ସ୍ଥିତ ଲିଟିଲ ଷ୍ଟାର ସ୍କୁଲର ୨୨ତମ ବାର୍ଷିକ ଉତ୍ସବ ରୁଚିକା ମାର୍କେଟ ଦୁର୍ଗା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇଥିଲେ। ସେହିପରି ମୁଖ୍ୟବକ୍ତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବି.ଏମ.ସି ମେୟର ଅନନ୍ତ ନାରାୟଣ ଜେନା ଓ ପୂର୍ବତନ କର୍ପୋରେଟର ପ୍ରତାପ ସାହୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ନିଜ ବକ୍ତବ୍ୟରେ କହିଥିଲେ, ” କୁନି କୁନି ପିଲାଙ୍କ ମଧ୍ୟରେ ରହିଛି ଅନେକ ଅନ୍ତର୍ନିହିତ ପ୍ରତିଭା ଯାହାକୁ ଖୋଜି ବାହାର କରିବାର ଏକ ମାଧ୍ୟମ ହେଉଛି ଶିକ୍ଷା । ବର୍ତ୍ତମାନ ପରିସ୍ଥିତିରେ ପିଲାଙ୍କୁ ଉଚିତ ଶିକ୍ଷା ଦେବାକୁ ଉଭୟ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଚେଷ୍ଟିତ । ତେଣୁ କୁନି ପିଲାଙ୍କ ପ୍ରତିଭା ଖୋଜିବାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆବଶ୍ୟକତା ହେଉଛି ପ୍ରଥମ ” । ସେହିପରି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ନିଜେ ଅଙ୍ଗେ ନିଭାଇଥିବା କଥାକୁ ଉଦାହରଣ ଭାବେ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ଲିଟିଲ ଷ୍ଟାର ସ୍କୁଲର ପ୍ରତିଷ୍ଠାତ୍ରୀ ନମିତା ପଟ୍ଟନାୟକଙ୍କ ସ୍ମୃତିଚାରଣ କରିବା ସହ ବିଭିନ୍ନ କ୍ଷେତ୍ରରେ ଅନୁଷ୍ଠିତ ପ୍ରତିଯୋଗିତାର ୮୦ ଜଣ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶିକା ଦେବଯାନୀ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଡ. ଶ୍ରୀନିବାସ ଘଟୁଆରୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଶେଷରେ କୁନି କୁନି ପିଲାଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a comment