ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୨% ମତଦାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ପ୍ରଥମ ପର୍ଯ୍ୟାୟ ଭୋଟ ଜାରି ରହିଛି । ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୨% ମତଦାନ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଦିନ ୧୧ଟା ସୁଦ୍ଧା ବ୍ରହ୍ମପୁରରେ ସର୍ବାଧିକ ୨୫% ମତଦାନ ହୋଇଥିବା ବେଳେ କଳାହାଣ୍ଡିରେ ୨୩%, କୋରାପୁଟରେ ୨୩%, ଚିତ୍ରକୁଣ୍ଡାରେ ୧୨.୩% ଓ ମାଲକାନଗିରି ରେ ୧୧.୫% ମତଦାନ ସାବ୍ୟସ୍ତ ହୋଇଛି ।