ଭୁବନେଶ୍ୱରକୁ ଲେଉଟିଲା କରୋନା, ରାଜ୍ୟରେ ୨୧୯ ଛୁଇଁଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଉ ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୭ଜଣ ଗଞ୍ଜାମରୁ ହୋଇଥିବାବେଳେ ଆଉ ୩ଜଣ ଭୁବନେଶ୍ୱରରୁ ବୋଲି ଜଣାପଡିଛି। ଏହାଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଂଚିଛି। ତେବେ ଗଞ୍ଜାମରୁ ଚିହ୍ନଟ କରୋନା ପଜିଟିଭ୍ ସୁରତ ଫେରନ୍ତା ବୋଲି ଜଣାପଡିଛି ।
ଅନ୍ୟପଟେ ଭୁବନେଶ୍ୱରରୁ ୩ଜଣଙ୍କ ମଧ୍ୟରୁ ଭିଏସଏସ୍ ନଗର, ମଂଚେଶ୍ୱର ଓ ସୂର୍ଯ୍ୟନଗର ଅଂଚଳରୁ ଜଣେ ଲେଖାଏଁ ବୋଲି ଜଣାପଡିଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

Leave a comment