୨୦୧୯, ୨୦ ଆର୍ଥିକବର୍ଷ ଲାଗି ଚିଠା ବଜେଟ ପ୍ରସ୍ତୁତ

ଜଳସେଚନ, ସ୍ବୟଂ ସହାୟକ ଗୋଷ୍ଠୀ ଓ କାଳିଆ ଯୋଜନାକୁ ବିଶେଷ ଗୁରୁତ୍ୱ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୮ ତାରିଖରେ ବିଧାନସଭାରେ ୨୦୧୯-୨୦ ଆର୍ଥିକବର୍ଷ ଲାଗି ୧ ଲକ୍ଷ ୩୯ ହଜାର କୋଟିର ବଜେଟ ଉପସ୍ଥାପନ କରାଯିବ । ଏ ନେଇ ଚିଠା ବଜେଟ ପ୍ରସ୍ତୁତ ହୋଇଛି । ଗୁରୁବାର ଅପରାହ୍ନରେ ସଚିବାଳୟଠାରେ ଅନୁଷ୍ଠିତ ବୈଠକରେ ଏହି ବଜେଟକୁ ଅନୁମୋଦନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚିଠା ବଜେଟ୍ ଉପସ୍ଥାପନ କରିଥିଲେ । ଏହି ବଜେଟରେ ଜଳସେଚନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଗ୍ରାମାଞ୍ଚଳ ଭିତ୍ତିଭୂମି, ସ୍ବୟଂ ସହାୟକ ଗୋଷ୍ଠୀ, କାଳିଆ ଆଦି ଯୋଜନାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ଏଥିସହିତ ଫନୀରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ୍‌ ଭିତ୍ତିଭୂମି ପାଇଁ ବଜେଟରେ ସ୍ବତନ୍ତ୍ର ବ୍ୟୟବରାଦ ବ୍ୟବସ୍ଥା କରାଯାଇଛି । ଗତ ନିର୍ବାଚନରେ ମହିଳାମାନେ ଅଧିକ ସଂଖ୍ୟାରେ ମତଦାନ କରିଥିବାରୁ ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ବିନା ସୁଧରେ ଋଣ ଦେବାକୁ ବଜେଟରେ ବ୍ୟୟବରାଦ କରାଯାଇଛି । ଏଥିସହ ସ୍ବୟଂ ସହାୟକ ଗୋଷ୍ଠୀକୁ ଧାନକିଣା କାର୍ଯ୍ୟରେ ନିୟୋଜିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେହି ଗୋଷ୍ଠୀଗୁଡିକ ସକାଶେ ଧାନ କ୍ରୟ ପାଇଁ ୧ ହଜାର କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରାଯିବ । ସେହି ଅର୍ଥରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ଧାନ କ୍ରୟ କରିବେ ।

Leave a comment