ଏକାଥରେ ୨୦ପଜେଟିଭ, ୨୦୦ ପାର କଲା ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା, ପଢନ୍ତୁ କେଉଁଠୁ କେତେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଜି ଏକାଥରେ ୨୦ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭ଜଣ କେବଳ ଗଞ୍ଜାମର ହୋଇଥିବା ବେଳେ ୩ଜଣ ମୟୁରଭଞ୍ଜ ଜିଲ୍ଲାର । ଆଜି ପ୍ରଥମଥର ପାଇଁ ମୟୁରଭଞ୍ଜ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।