୬ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ସହ ୫୦ ହଜାର ଜୋରିମାନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଡ଼ବିଲ ଥାନା ଅଞ୍ଚଳର ୨୦୧୫ ମସିହାରେ ଜଣେ ନାବାଳିକାକୁ ୬ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ଶୁଣାଣି କରି କେନ୍ଦୁଝର ଏଡିଜେ କୋର୍ଟର ବିଚାରପତି ଉକ୍ତ ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଦେଇ ନପାରିବା ପରିସ୍ଥିତିରେ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ।

ସୂଚନା ଅନୁଯାୟୀ, ବଡ଼ବିଲ ଥାନା ଅଞ୍ଚଳର ୨୦୧୫ ମସିହାରେ ଜଣେ ନାବାଳିକା ନିକଟସ୍ଥ ହାଟରୁ ଘରକୁ ଫେରୁଥିବା ସମୟରେ ୬ ଅଭିଯୁକ୍ତ ତାକୁ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ । ସଂଜ୍ଞାହୀନ ଅବସ୍ଥାରେ ସ୍ଥାନୀୟ ଲୋକେ ଝିଅଟିକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ୬ ଅଭିଯୁକ୍ତ ବୁଲୁ ପାତ୍ର, ମନୋଜ ନାଏକ, ଶ୍ରୀରାମ ଓରାମ, ଭରତ ହେସା, ଝାଣ୍ଡୁ ମୁଣ୍ଡା ଓ ସୋନି ମହାକୁଡଙ୍କୁ ଗିରଫ କରିଥିଲା ।

Leave a comment