୨୦ ଛାତ୍ରଛାତ୍ରୀ କରୋନା ସଂକ୍ରମିତ, ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଦେଶରେ ହ୍ରାସ ପାଇଥିଲେ ମଧ୍ୟ କିଛି ରାଜ୍ୟରେ କରୋନା ସଂକ୍ରମଣ କମିନାହିଁ । ନିକଟରେ ପୁଡୁଚେରୀରେ ୨୦ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବାରୁ ସେଠାରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସରକାର ସ୍ଥଗିତ ରଖିଛନ୍ତି ।

ସୂଚନା ଅନୁଯାୟୀ, ପୁଡୁଚେରୀରେ ୧୬ ଜୁଲାଇ ଅର୍ଥାତ୍ ଆଜିଠାରୁ ସ୍କୁଲ ହେବା ପାଇଁ ନିଷ୍ପତ୍ତି ହୋଇଥିଲା । ସେଠାରେ ୯ମରୁ ଦ୍ୱାଦଶ ପର୍ଯ୍ୟନ୍ତ ପ୍ରଥମେ ସ୍କୁଲ ଖୋଲିଥାନ୍ତା । ଅପରପକ୍ଷରେ ଗୃହ ଓ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, କୋଭିଡ ମାମଲାର ବୃଦ୍ଧିକୁ ଦୃଷ୍ଟିରେ ରଖି ପୁଣି ସ୍କୁଲ ଖୋଲିବାର ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ସରକାର ସ୍ଥିର କରିଛନ୍ତି ।

Leave a comment