ନଦୀ ଘାଟରୁ ୨୦ ବସ୍ତା ଗଞ୍ଜେଇ ଜବତ, ଜଣେ ଗିରଫ

ଲମତାପୁଟ : ଆନ୍ଧ୍ର ସୀମାନ୍ତ ନଦୀ ପାରକରି ବାଙ୍ଗୁରପଡା ନଦୀ ଘାଟରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡିବସିଲା ଲମତାପୁଟ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସ. ଡ଼ି. ପିଓ ଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ବାଙ୍ଗୁର ପଡା ଗ୍ରାମର ନଦୀ ଘାଟକୁ ଯାଇଥିଲେ । ନଦୀ ଘାଟରେ ଚୋରା ଚାଲଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ମାଡି ବସୀ ଥିଲା ଜଣେ ଗଞ୍ଜେଇ ମାଫିଆକୁ। ଅନ୍ଧାରର ସୁଯୋଗ ନେଇ ଅନ୍ୟ ମାଫିଆ ସେଠାରୁ ଚଂପଟ ମାରିବାରେ ସଫଳ ହୋଇଥିବା ବେଳେ କୂଳରେ ରଖା ହୋଇଥିବା ୨୦ ଟି ଗଞ୍ଜେଇ ବସ୍ତାକୁ ଜବତ କରିଛି ପୋଲିସ ।
ପ୍ରାୟ ୪ କ୍ୱିଣ୍ଟାଲ ୮୫ କେଜି ଗଂଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୪୮ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହଛି । ଗିରଫ ବ୍ୟକ୍ତି ବଲାଙ୍ଗୀର ଅଞ୍ଚଳ ର ସୁବାସ ନାୟକ ବୋଲି ଜଣାପଡ଼ିଛି । ଏହି ବ୍ୟକ୍ତି ବହୁବାର ଏହି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲଣ କରିଥିବା ସ୍ୱୀକାର କରିଛି । ନନ୍ଦପୁର SDPO କହିଛନ୍ତି ଏହି ମାଫିଆକୁ ଗିରଫ କରି ପଚାର ଉଚାର ଜାରି ରହିଛି । ସ୍ଥାନୀୟ ଯୁବକଙ୍କ ସମ୍ପୁକ୍ତି ଥିବା ଜଣା ପଡ଼ିଛି । ଏବଂ ଏହି ଅଞ୍ଚଳ ର କିଛି ଯୁବକ ଙ୍କ ନାମ ମଧ୍ୟ ଗିରଫ ବ୍ୟକ୍ତି କହିଛି । ସେମାନ ଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ନନ୍ଦପୁର SDPO ।