୪୮ ଘଣ୍ଟା ଭିତରେ ଆଇଏଏସ୍ ଅଫିସରଙ୍କ ଦୁଇଥର ବଦଳି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ମହିଳା ଆଇଏଏସ୍ ଅଫିସରଙ୍କୁ ୪୮ଘଣ୍ଟାରେ ଦୁଇଥର ବଦଳି କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଇଏଏସ୍ ଅଫିସର ରାଜେଶ୍ବରୀଙ୍କୁ ମନରେଗା କମିଶନ୍ କରାଯାଇଛି। ୪୮ ଘଣ୍ଟା ଭିତରେ ଦୁଇଥର ବଦଳିକୁ ନେଇ ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରଶ୍ନ ଉଠିଛି ।

ସୂଚନା ଅନୁଯାୟୀ, ୫ ଜୁଲାଇ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଡେପୁଟି କମିଶନର ଥିଲେ। ୫ ଜୁଲାଇ ସନ୍ଧ୍ୟାରେ ତାଙ୍କର ବଦଳି କରିଦିଆଯାଇଥିଲା। ତାଙ୍କୁ ଝାଡଖଣ୍ଡ ଜୀବିକା ପ୍ରୋତ୍ସାହନ ସୋସାଇଟିର କାର୍ଯ୍ୟନିର୍ବାହୀ ଅଧିକାରୀ କରାଯାଇଥିଲା। ଏହି ନିର୍ଦ୍ଦେଶ ମାତ୍ର ୪୮ ଘଣ୍ଟା ଭିତରେ ଅର୍ଥାତ ୭ ଜୁଲାଇ ସନ୍ଧ୍ୟାରେ କର୍ମଚାରୀ, ପ୍ରଶାସନିକ ସଂସ୍କାର ଏବଂ ସରକାରୀ ଭାଷା ବିଭାଗ ପକ୍ଷରୁ ଆଉ ଏକ ଅଧିସୂଚନା ଜାରି କରାଯାଇଥିଲା। ଯେଉଁଥିରେ ରାଜେଶ୍ବରୀଙ୍କ ଟ୍ରାନ୍ସଫର ଅର୍ଡରକୁ ହଟାଇ ତାଙ୍କୁ ମନରେଗା କମିଶନ୍ କରିଦିଆଯାଇଛି।

କିଛି ଦିନ ପୂର୍ବେ ୨୦୧୪ ବ୍ୟାଚର ଆଇଏଏସ୍ ବରୁଣ ରଞ୍ଜନଙ୍କୁ ମନରେଗା କମିଶନ୍ କରାଯାଇଥିଲା। ୫ ଜୁଲାଇରେ ତାଙ୍କୁ ପାକୁଡର ଡେପୁଟି କମିଶନର କରିଦିଆଯାଇଥିଲା।

Leave a comment