୨ଜଣ SP ଓ ଜଣେ DCPଙ୍କୁ ଦାୟିତ୍ବ ଦେଲେ ECI
୨ଜଣ SP ଓ ଜଣେ DCPଙ୍କୁ ନୂଆ ଦାୟିତ୍ବ ନେଇ ECIଙ୍କ ଅନୁମତି। ବ୍ରିଜେଶ କୁମାର ରାୟ ହେଲେ ରାଉରକେଲା SP। କଟକର ନୂଆ DCP ହେଲେ ଆର ପ୍ରକାଶ। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କଲେ ECI।
ରାଜ୍ୟରେ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ୮ ପ୍ରଶାସନିକ ଅଧିକାରୀଙ୍କୁ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ କିଛି ଦିନ ପୂର୍ବେ ନିର୍ବାଚନ କମିଶନ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସେମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ରେଞ୍ଜ ପୁଲିସ୍ ଆଇଜି ଆଶୀଷ ସିଂଙ୍କ ସମେତ ଜଗତସିଂହପୁର ଓ କଟକ ଜିଲ୍ଲାପାଳ ଏବଂ ୫ ପୁଲିସ ଏସପି ଥିଲେ ।
ଏହି ଖାଲି ଥିବା ପଦବୀ ମଧ୍ୟରୁ ୩ ଡିଏସ୍ପି ପଦବୀ ଆଜି ପୂରଣ ହୋଇଛି। ଏହି ୩ ଅଧିକାରୀଙ୍କୁ କଟକ, ଅନୁଗୁଳ ଓ ରାଉରକେଲା ଏସ୍ପି ଭାବେ ଦାୟିତ୍ୱ ମିଳିଛି। ପ୍ରକାଶ ଆର୍ଙ୍କୁ କଟକ ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ ବ୍ରିଜେଶ କୁମାର ରାୟ ହେଲେ ରାଉରକେଲାର ଏସପି।
ଏଥିସହ ଉମାଶଙ୍କର ଦାଶଙ୍କୁ ମିଳିଛି ଅନୁଗୁଳ ଏସପି ଦାୟିତ୍ୱ । ଆଉ ଅବଶିଷ୍ଟ ୨ ଜିଲ୍ଲାପାଳ, ୩ ଏସ୍ପି ଓ କେନ୍ଦ୍ରାଞ୍ଚଳ ରେଞ୍ଜ ପୁଲିସ୍ ଆଇଜି ପଦବୀ ଫାଙ୍କା ଥିବା ବେଳେ ଉକ୍ତ ପଦବୀରେ ଖୁବ୍ ଶୀଘ୍ର ନିଯୁକ୍ତି ହେବ ବୋଲି ଜଣାଯାଇଛି।