ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣା; ୨ ପାଇଲଟ ମୃତ

ଭାରତୀୟ ସେନାର ଚିତା ହେଲିକପ୍ଟର ଗୁରୁବାର (ମାର୍ଚ୍ଚ ୧୬)ରେ ଅରୁଣାଚଳ ପ୍ରଦେଶର ମାଣ୍ଡଲା ପାହାଡ଼ି ଅଞ୍ଚଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ଉଭୟ ପାଇଲଟ ଏହି ଦୁର୍ଘଟଣାରେ ସହିଦ ହୋଇଛନ୍ତି। ସେନା ଅଧିକାରୀମାନଙ୍କ ପକ୍ଷରୁ ନ୍ୟୁଜ୍ ଏଜେନ୍ସି ANI କୁ ଦିଆଯାଇଥିବା ଏହି ସୂଚନାରୁ ଏହା ସ୍ପଷ୍ଟ ହୋଇଛି।
ସେ କହିଛନ୍ତି ଯେ ଆର୍ମି, ବିଏସ୍ଏଫ୍ ଏବଂ ଆଇଟିବିପିର ପାଞ୍ଚଟି ସର୍ଚ୍ଚ ଟିମ୍ ପଠାଯାଇଛି। ବିମାନର ଭଗ୍ନାବଶେଷ ମଲବା ମଣ୍ଡଳର ବଙ୍ଗଳାଜାପ ଗାଁ ନିକଟରେ ଦେଖିବାକୁ ମିଳିଥିଲା। ତେବେ ମୃତ ଦୁଇ ପାଇଲଟଙ୍କ ପରିଚୟ ମିଳିଛି। ଜଣେ ଲେଫ୍ଟନାଣ୍ଟ କଣ୍ଣେର୍ର୍ଲ ଭି.ଭି.ଭି ରେଡ୍ଡି ଏବଂ ମେଜର ଜୟନ୍ତ.ଏ ବୋଲି ଜଣାପଡ଼ିଛି।
ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ସଂପୂର୍ଣ୍ଣ ସୂଚନା ମିଳିପାରିନାହିଁ। ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ରାଓ୍ବତ କହିଛନ୍ତି ଯେ ପଶ୍ଚିମ ବୋମାଡିଲାର ମାଣ୍ଡାଲା ନିକଟରେ ନିୟମିତ ଉଡ଼ାଣ ଭରୁଥିବା ହେଲିକପ୍ଟର ସକାଳ ୯.୧୫ ରେ ଏଟିସି ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା। ସେ କହିଛନ୍ତି ହେଲିକପ୍ଟର ପଶ୍ଚିମ ମାଣ୍ଡଲା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଏହାପରେ ଭାରତୀୟ ସେନା ସଶସ୍ତ୍ର ସୀମା ବଳ ଏବଂ ଭାରତ-ତିବ୍ବତ ସୀମା ପୋଲିସ୍ (ITBP)ର ପାଞ୍ଚ ଉଦ୍ଧାରକାରୀ ଦଳ ହେଲିକପ୍ଟର ସନ୍ଧାନ ପଠାଯାଇଥିଲା। ହେଲିକପ୍ଟରର ଭଗ୍ନାବଶେଷ ମାଣ୍ଡାଲର ଗ୍ରାମ ବାଙ୍ଗଲାଜାନ ନିକଟରେ ମିଳିଥିଲା। ସେନା ତରଫରୁ କୁହାଯାଇଛି ଯେ ଏହାକୁ ନେଇ ଅନୁସନ୍ଧାନ ଜାରି ରହିଛି। ଏହାପରେ ଦୁର୍ଘଟଣାର କାରଣ ଜଣାପଡ଼ିବ।