ଘାନାରେ ଡ଼ରାଇଲାଣି ନୂଆ ଭୂତାଣୁ ମାରବର୍ଗ; ୨ ମୃତ
ଆତଙ୍କ ଖେଳାଇଲାଣି ନୂଆ ଭୂତାଣୁ ମାରବର୍ଗ । ପଶ୍ଚିମ ଦକ୍ଷିଣ ଆଫ୍ରିକୀୟ ଦେଶ ଘାନାରେ ମାରବର୍ଗ ଭୂତାଣୁ ଚିହ୍ନଟ ହୋଇଛନ୍ତି । ଏହି ଭୂତାଣୁ ଇବୋଲାର କାରଣ ସାଜୁଥିବା ଭୂତାଣୁ ସହ ସଂଶ୍ଳିଷ୍ଟ । ଘାନାରେ ଦୁଇଜଣଙ୍କଠାରେ ମାରବର୍ଗ ଚିହ୍ନଟ ହୋଇଥିଲା ଏବଂ ସେମାନଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ନମୁନା ପଜିଟିଭ ଆସିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।
ମୃତ ଦୁଇ ଆକ୍ରାନ୍ତଙ୍କୁ ଡାଇରିଆସ, ଜ୍ବର ବାନ୍ତି ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା । ସେମାନଙ୍କ ନମୁନା ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିଥିଲା । ସେନେଗାଲସ୍ଥିତ ଲାବୋରୋଟୋରିରୁ ମଧ୍ୟ ସମାନ ରିପୋର୍ଟ ଆସିଛି। ଏହାପରେ ଦେଶରେ ସ୍ବାସ୍ଥ୍ୟ ଅଧିକାରୀମାନେ ଆକ୍ସନକୁ ଆସିଛନ୍ତି । ଭୂତାଣୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୯୮ ଲୋକଙ୍କୁ ତୁରନ୍ତ କ୍ବାରେଣ୍ଟାଇନ କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଅହରହ ନଜର ରଖାଯାଉଛି । ଏ ଦିଗରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଘାନାର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ବିଭିନ୍ନ ପରାମର୍ଶ ଦେଇଛି ।
ମାରର୍ବଗ ଭୂତାଣୁ ପାଇଁ ହେମୋରାଜିକ୍ ଜ୍ବର ହୋଇଥାଏ । ଯେଉଁଥିଲେ ମୃତ୍ୟୁ ହାର 88% ରହିଥାଏ। WHO ଅନୁଯାୟୀ ଏହି ଭୂତାଣୁ ଇବୋଲା ଜୀବାଣୁ ସୃଷ୍ଟି କରିଥାଏ। ଏଥିରେ ଜ୍ବର, ମୁଣ୍ଡବିନ୍ଧା ହୋଇଥାଏ। ଏହି ଜୀବାଣୁ ଫଳରୁ ମଣିଷକୁ ସଂକ୍ରମିତ ହୁଏ । ସିଏନଏନ ରିପୋର୍ଟ ମୁତାବକ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ, ଏହାର ମୁକାବିଲା ପାଇଁ କଣ୍ଟେନମେଣ୍ଟ ପଦକ୍ଷେପ ଗ୍ରହଣ କରାଯାଉଛି ଘାନାରେ ଭୂତାଣୁର ଯେପରି ବିସ୍ଫୋରଣର ନ ହୁଏ ସେ ଦିଗରେ ସ୍ବାସ୍ଥ୍ୟ ବିଭାଗ ସଜାର ରହିଛି ।