+୨ ନାମଲେଖା : ୨୦୨୨-୨୩ ଶିକ୍ଷାବର୍ଷରେ ପାଇଁ ୨୦୫୩ ଶିକ୍ଷାନୁଷ୍ଠାନ ପ୍ରସ୍ତୁତ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ +୨ ନାମଲେଖା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇ ନ ଥିବାରୁ ରାଜ୍ୟରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ପ୍ରାୟ ୫୦ ହଜାର ଆସନ ବୃଦ୍ଧି କରାଯାଇଥିଲା। ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ୫୫ ହଜାର ୭୨୪ +୨ ସିଟ୍‌ କମାଯାଇଛି। ଚଳିତ ବର୍ଷ ଏହି ସିଟ୍‌ କମାଯିବା ସହ ଚୂଡ଼ାନ୍ତ ସିଟ୍‌ ସଂଖ୍ୟା ନିର୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ପାଇଁ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ବିଦ୍ୟାର୍ଥୀ ଫର୍ମପୂରଣ କରିଥିବାବେଳେ ସେଥିମଧ୍ୟରୁ ପ୍ରାୟ ୫ ଲକ୍ଷ ୨୮ ହଜାର ପରୀକ୍ଷା ଦେଇଛନ୍ତି। ଗତବର୍ଷ ପ୍ରାୟ ୫ ଲକ୍ଷ ୬୨ ହଜାର ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍‌ଥିବାରୁ ସିଟ୍‌ ସଂଖ୍ୟା କମାଇବାକୁ ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ।

Leave a comment