ମ୍ୟାକ୍ସ ହସ୍ପିଟାଲରେ ୨ ଡାକ୍ତରଙ୍କ ସମେତ ୩୩ କର୍ମୀ କରୋନା ଭାଇରସ ସଂକ୍ରମିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ୨ ଜଣ ଡାକ୍ତରଙ୍କ ସମେତ ୩୩ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ସଂକ୍ରମଣ ହୋଇଛି । ଏମାନଙ୍କୁ ମ୍ୟାକ୍ସ ସକେତର ପୂର୍ବ ଭାଗରେ ନିର୍ମିତ କୋଭିଡ-ଓନଲି ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ହସ୍ପିଟାଲ ଏପ୍ରିଲ ୧୫ଠାରୁ ନିଜର ସମସ୍ତ କର୍ମଚାରୀଙ୍କୁ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲା। ଏଥିରୁ ୩୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସୂଚନାଯୋଗ୍ୟ,କରୋନା ସଂକ୍ରମଣରେ ପୀଡ଼ିତ ୨ ଜଣ ଡାକ୍ତର, ୨୩ ଜଣ ନର୍ସିଂ କର୍ମୀ, ଟେକନିସିଆନ ଓ ସହାୟକ ଷ୍ଟାଫ ମଧ୍ୟ ସାମିଲ ଅଛନ୍ତି । ହସ୍ପିଟାଲ ୧୪୫ ଜଣ ନର୍ସିଂ କର୍ମୀଙ୍କୁ ଏକ ଘରୋଇ ଛାତ୍ରାବାସରେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖିଛି । ଏହି ଘରୋଇ ଛାତ୍ରାବାସକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହା ପୂର୍ବରୁ ମଧ୍ୟ ମ୍ୟାକ୍ସ ସକେତରେ ଜଣେ ଡାକ୍ତର କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ପରେ ୩୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା ।