+୨ ମୂଲ୍ୟାୟନ :ଦ୍ୱିତୀୟ ପର୍ଯ୍ୟାୟ ଜୁନ୍ ୧୩ରୁ ଆରମ୍ଭ

0

ଭୁବନେଶ୍ବର(ଓଡ଼ିଶା ଫାଷ୍ଟ ବ୍ୟୁରୋ): +୨ ମୂଲ୍ୟାୟନ ବହୁଳ ଭାବେ ପ୍ରଭାବିତ ହୋଇଛି। ଅଧ୍ୟାପକଙ୍କ ଅନୁପସ୍ଥିତି ଯୋଗୁଁ ମୂଲ୍ୟାୟନ ପ୍ରଭାବିତ ହୋଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଘରୋଇ ମୂଲ୍ୟାୟନ ସଂସ୍ଥାର ଅବହେଳା ପରିଷଦର ମୁଣ୍ଡବ୍ୟଥାର କାରଣ ପାଲଟିଛି।

ଚଳିତ ମାସ ୨ ତାରିଖରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ପ୍ରକ୍ରିୟା ୧୨ରେ ସାରିବା ସହ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଜୁନ୍ ୧୩ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଇ-ମୂଲ୍ୟାୟନ ଖାତା ସ୍କାନ ପରେ ଅନ୍ଲାଇନ୍ରେ ହେବାକୁ ଥିବା ମାନ ଯାଞ୍ଚ ସହ ଅନ୍ୟ ବ୍ୟବସ୍ଥା ଠିକ୍ ଭାବେ କରୁ ନାହିଁ ଉକ୍ତ ସଂସ୍ଥା। ସେଥିଯୋଗୁଁ ମୂଲ୍ୟାୟନ ବହୁଳ ଭାବେ ପ୍ରଭାବିତ ହେଉଛି। ମୂଲ୍ୟାୟନ ପାଇଁ ଆବଶ୍ୟକ ବ୍ୟବସ୍ଥା ସଂପୃକ୍ତ ସଂସ୍ଥା କରି ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ୧୨ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ଇ-ମୂଲ୍ୟାୟନ ଦାୟିତ୍ବ ନେଇଥିବା ଘରୋଇ ସଂସ୍ଥାକୁ ତାଗିଦ କରାଯାଇଛି। ଖାତାଦେଖାରେ ବିଳମ୍ବ କଲେ ଅର୍ଥ କାଟ କରିବାକୁ ଉକ୍ତ ଘରୋଇ ସଂସ୍ଥାକୁ ଚେତାବନୀ ଦିଆଯିବା ସହ ଦୁଇ ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ସାରିବାକୁ କଡ଼ା ଚେତାବନୀ ଦିଆଯାଇଛି।

ଚଳିତ ମାସ ସୁଦ୍ଧା ମୂଲ୍ୟାୟନ ସାରିବାକୁ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଦୁଇ ପର୍ଯ୍ୟାୟରେ ମୂଲ୍ୟାୟନ କାର୍ଯ୍ୟରେ ପରିଷଦ ପକ୍ଷରୁ ମୋଟ ୧୫ ହଜାର ୬୦୦ ଅଧ୍ୟାପକଙ୍କୁ ନିଯୁକ୍ତ କରାଯାଇଛି। ଚଳିତ ବର୍ଷ ରାଜ୍ୟର ଏବେ ୧୧୩୩ ପରୀକ୍ଷା କେନ୍ଦ୍ରରେ +୨ ପରୀକ୍ଷା ହୋଇଥିଲା। ଚଳିତ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମେୀର ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ +୨ ପରୀକ୍ଷା ଦେଇଥିଲେ।

Leave a comment