ବର୍ଷା ଯୋଗୁଁ ସ୍ଥଗିତ ପ୍ରଥମ ସେମିଫାଇନାଲ ଆଜି ପୁଣି ଖେଳାଯିବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ରିକେଟ ବିଶ୍ୱକପ ମହାସମର ର ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ଗତକାଲି ମୁହାଁମୁହିଁ ହୋଇଥିଲେ । ମାତ୍ର ଲଗାତାର ବର୍ଷା ଯୋଗୁଁ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ୍ ଟିମ କେବଳ ୪୬.୧ ଓଭର ଖେଳି ପାରିଥିଲା । ୪୬.୧ ଓଭରରେ ନ୍ୟୁଜିଲ୍ୟାଣ୍ଡ୍ ୱିକେଟ୍ ହରାଇ ୨୧୧ ରନ ସଂଗ୍ରହ କରିଥିଲା । ଗତକାଲି ସେମିଫାଇନାଲ ମ୍ୟାଚ ଅଧାରେ ଅଟକି ଯାଇଥିବାରୁ ଆଜି ପୁନର୍ବାର ସେହି ମ୍ୟାଚ ଖେଳାଯିବ । ସେମିଫାଇନାଲ ମ୍ୟାଚ ଯେଉଁଠି ଅଟକି ଥିଲା, ସେହିଠାରୁ ହିଁ ଆରମ୍ଭ ହେବ । ଅର୍ଥାତ୍ ନ୍ୟୁଜିଲ୍ୟାଣ୍ଡ୍ ଆଜି ପୂରା ୫୦ ଓଭର୍ ବ୍ୟାଟିଂ କରିବ ଏବଂ ଭାରତ ଆଗରେ ବିଜୟ ପାଇଁ ଟାର୍ଗେଟ ରଖିବ ।
ସୂଚନା ଅନୁଯାୟୀ, ଗତକାଲି ଚଳିତ କ୍ରିକେଟ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯିବା ସମୟରେ ୫ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ଲାଗିରହିଥିଲା । ବର୍ଷା ଛାଡିବା ପରେ ଗ୍ରାଉଣ୍ଡ ଖେଳିବା ପାଇଁ ଉପଯୋଗୀ ହୋଇନଥିବାରୁ ମ୍ୟାଚକୁ ବାତିଲ କରାଯାଇଥିଲା । ତେଣୁ ମ୍ୟାଚକୁ ରିଜର୍ଭ ଡେ’ ଅର୍ଥାତ୍ ଆଜି ଖେଳାଯିବ। ଗତକାଲି ମ୍ୟାଚ ଯେଉଁଠି ଅଟକି ଥିଲା, ସେହିଠାରୁ ହିଁ ଆରମ୍ଭ ହେବ । ଅର୍ଥାତ୍ ନ୍ୟୁଜିଲ୍ୟାଣ୍ଡ୍ ଆସନ୍ତାକାଲି ପୂରା ୫୦ ଓଭର୍ ବ୍ୟାଟିଂ କରିବ ଏବଂ ଭାରତ ଆଗରେ ବିଜୟ ପାଇଁ ଟାର୍ଗେଟ୍ ରଖିବ ।
ନ୍ୟୁଜିଲ୍ୟାଣ୍ଡ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ପର୍ଯ୍ୟାୟରେ ନ୍ୟୁଜିଲ୍ୟାଣ୍ଡ୍ ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ କ୍ୟାପଟେନ୍ କେନ ଓ ରସ୍ ଟେଲର୍ ଖେଳକୁ ସମ୍ଭାଳି ନେଇଥିଲେ । ତୃତୀୟ ୱିକେଟ୍ ପାଇଁ ଉଭୟ ୬୫ ରନର ଭାଗୀଦାରୀ କରିଥିଲେ । କ୍ୟାପଟେନ୍ କେନ୍ ୱିଲିୟମସନ୍ (୬୭) ଓ ରସ୍ ଟେଲର୍ (୬୭*) କରିଥିଲେ । ୱିଲିୟମସନ୍ ୬୭ (୯୫ ବଲ୍, ୬ ଚୌକା) ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ବଳରେ ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାର୍ଟିନ୍ ଗପ୍ଟିଲ୍ (୧) ପୁଣିଥରେ ନିରାଶ କରିଥିବା ବେଳେ ହେନରୀ ନିକୋଲ୍ସ (୨୮) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଲୋୟର ମିଡିଲ୍ ଅର୍ଡରରେ ଜେମ୍ସ ନିଶାମ୍ (୧୨) ଓ କଲିନ୍ ଡି’ଗ୍ରାଣ୍ଡହୋମ୍ (୧୬) ରନ୍ କରିଥିଲେ ।
ସେହିପରି ଟେଲର୍ ୬୭ (୮୫ ବଲ୍, ୩ ଚୌକା, ୧ ଛକା) ଓ ଲାଥାମ ୩ ରନ୍ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚହଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି ।