ସିବିଆଇ ର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ଏମ ନାଗେଶ୍ୱର ରାଓଙ୍କୁ ୧ଲକ୍ଷ ଟଙ୍କାର ଜୋରିମାନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ଏମ ନାଗେଶ୍ୱର ରାଓଙ୍କୁ ଅଦାଲତ ଅବମାନନା ଅଭିଯୋଗରେ ସୁପ୍ରିମକୋର୍ଟ ୧ଲକ୍ଷ ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ।ସୁପ୍ରିମକୋର୍ଟ ନାଗେଶ୍ୱରଙ୍କ ନିସର୍ତ୍ତ କ୍ଷମା ପ୍ରାର୍ଥନାକୁ ଅଗ୍ରାହ୍ୟ କରିବା ସହ ଏହି ଜୋରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆଜି କୋର୍ଟ କାର୍ଯ୍ୟ ଶେଷ ହେବା ଯାଏଁ କୋର୍ଟରେ ବସି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଏମ ନାଗେଶ୍ୱର ରାଓ ସିବିଆଇ ର ଅନ୍ତରୀଣ ନିର୍ଦ୍ଦେଶକ ଥିବା ବେଳେ ସୁପ୍ରିମକୋର୍ଟ ତାଙ୍କୁ କୌଣସି ନୀତିଗତ ନିଷ୍ପତ୍ତି ନନେବା ସହ କାହାକୁ ବଦଳି ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏମ ନାଗେଶ୍ୱର ରାଓ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ବିହାର ଘଟିଥିବା ଆଶ୍ରୟସ୍ଥଳ ମାମଲାରେ ତଦନ୍ତକାରୀ ଅଫିସରଙ୍କୁ ବଦଳି କରିଥିଲେ । ଏହି ଘଟଣାରେ ସୁପ୍ରିମକୋର୍ଟ ପୂର୍ବରୁ ନାଗେଶ୍ୱରଙ୍କ ବିରୁଦ୍ଧରେ କଡା ଟିପ୍ପଣୀ ଦେବା ସହ ଆଜି ନାଗେଶ୍ୱରଙ୍କ ନିସର୍ତ୍ତ କ୍ଷମା ପ୍ରାର୍ଥନାକୁ ଅଗ୍ରାହ୍ୟ କରିବା ସହ ଅଦାଲତ ଅବମାନନା ମାମଲାରେ ତାଙ୍କୁ ୧ଲକ୍ଷ ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ଯାହା କି ଆଜି ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।

Leave a comment