ବାତ୍ୟା କ୍ଷୟକ୍ଷତି, ପୁରୀ ପାଇଁ ୧୯୭ କୋଟି ୫୯ ଲକ୍ଷ ଟଙ୍କା ମଞ୍ଜୁର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ମେ ୩ତାରିଖରେ ହୋଇଥିବା ବାତ୍ୟା ଫନୀରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୯୭ କୋଟି ୫୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମଞ୍ଜୁର ହୋଇଥିବା ଏହି ଅନୁଦାନରୁ ଫନୀ ପ୍ରକୋପରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ପକ୍କା ଓ କଚ୍ଚା ଘର ପାଇଁ ୯୫ ହଜାର ଶହେ ଟଙ୍କା କ୍ଷତିପୂରଣ ଦିଆଯିବ । ଆଶିଂକ କ୍ଷତିଗ୍ରସ୍ତ ହୋଇଥିବା ପକ୍କା ଘର ପାଇଁ ୫ ହଜାର ୨୦୦ ଓ ମାଟି ବା ଚାଳ ଛପର ଘର ପାଇଁ ୩ ହଜାର ୨୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ ।

ସମ୍ପୁର୍ଣ୍ଣ ନଷ୍ଟ ହୋଇଥିବା କୁଡ଼ିଆ ଘର ପାଇଁ ୪୧୦୦ ଟଙ୍କା ଓ ଗୁହାଳ ପାଇଁ ୨୧୦୦ ଟଙ୍କା ଦିଆଯିବ । ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତଙ୍କୁ ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା, ଏହାଠୁ କମ୍‌ କ୍ଷତିଗ୍ରସ୍ତଙ୍କୁ ପ୍ରଥମ କିସ୍ତିରେ ୧୦ ହଜାର ଟଙ୍କା, ଆଶିଂକ କ୍ଷତିଗ୍ରସ୍ତ ପକ୍କା ଘର କ୍ଷତିଗ୍ରସ୍ତଙ୍କୁ ପ୍ରଥମ କିସ୍ତିରେ ୫୨୦୦ ଟଙ୍କା ଓ କଚ୍ଚା ଘର ଲାଗି ହିତାଧିକାରୀଙ୍କୁ ୩, ୨୦୦ଟଙ୍କା ଲେଖାଏ ଦିଆଯିବ । ଏହି ସହାୟତା ରାଶି ସମସ୍ତ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦିଆଯିବ । 

Leave a comment