ଫେମିନା ମିସ୍ ଇଣ୍ଡିଆର ତାଜ ପିନ୍ଧିଲେ ରାଜସ୍ଥାନର ୧୯ ବର୍ଷିୟା ନନ୍ଦିନୀ ଗୁପ୍ତା

0

ଫେମିନା ମିସ୍ ଇଣ୍ଡିଆ ଦେଶର ଝିଅ ମାନଙ୍କର ଦକ୍ଷତା, ବୁଦ୍ଧି ଓ ଆତ୍ମବିଶ୍ୱାସ ପ୍ରଦର୍ଶନ କରିବା ପାଇଁ ସର୍ବଦା ଏକ ପ୍ଲାଟଫର୍ମ ଅଟେ । ତେବେ କୋଟା ରାଜସ୍ଥାନର ନନ୍ଦିନୀ ଗୁପ୍ତା ଚଳିତ ବର୍ଷର ଫେମିନା ମିସ୍ ଇଣ୍ଡିଆ ୨୦୨୩ରେ ମୁକୁଟ ହାସଲ କରିଛନ୍ତି । ମଣିପୁରର ଇମ୍ଫାଲରେ ଆୟୋଜିତ ଏହି ପ୍ରତିଯୋଗୀତାରେ ଫେମିନା ମିସ୍ ଇଣ୍ଡିଆ ୨୦୨୨ର ବିଜେତା କର୍ଣ୍ଣାଟକର ସିନି ଶେଟ୍ଟୀ ୧୯ ବର୍ଷିୟା ନନ୍ଦିନୀ ଗୁପ୍ତାଙ୍କୁ ମୁକୁଟ ପିନ୍ଧିଥିଲେ।

ନନ୍ଦିନୀ ରାଜସ୍ଥାନର କୋଟା ବାସିନ୍ଦା ଅଟନ୍ତି । ସେ ବିଜନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି । ପିଲାଦିନରୁ ମଡେଲିଂ ପାଇଁ ନନ୍ଦିନୀଙ୍କ ବେଶ ଆଗ୍ରହ ଥିଲା ।

ଏହି ପ୍ରତିଯୋଗିତାରେ ଦିଲ୍ଲୀର ଶ୍ରେୟା ପୂଞ୍ଜା ପ୍ରଥମ ରନର୍ ଅପ୍ ଓ ମଣିପୁରର ଥୁନାୱେଜମ ଷ୍ଟ୍ରେଲା ଲୁୱାଙ୍ଗ ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି । ଉଭୟଙ୍କୁ ଫେମିନା ମିସ୍ ଇଣ୍ଡିଆ ୨୦୨୨ର ପ୍ରଥମ ରନର୍ ଅପ୍ ରାଜସ୍ଥାନର ରୁବଲ୍ ଶେଖାୱାତ୍ ଓ ଦ୍ୱିତୀୟ ରନର୍ ଅପ୍ ଉତ୍ତରପ୍ରଦେଶର ଶିନାତା ଚୌହାନ ମୁକୁଟ ପିନ୍ଧାଇଥିଲେ। ଫେମିନା ମିସ୍ ଇଣ୍ଡିଆ ୨୦୨୨ ବିଜେତା ସିନି ଶେଟ୍ଟୀ ବର୍ତ୍ତମାନ ମିସ୍ ୱାର୍ଲ୍ଡ ୨୦୨୪ରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ।

 

ମଣିପୁରରେ ଅନୁଷ୍ଠିତ ଏହି ସୁନ୍ଦରୀ ପ୍ରତିଯୋଗିତାରେ ବିଚାରପତି ପ୍ୟାନେଲରେ ସିନି ସେଟ୍ଟୀ, ମେଣ୍ଟର ନେହା ଧୂପିଆ, କୋରିଓଗ୍ରାଫର ଟେରେନ୍ସ ଲୁଇସ୍, ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଲେଖକ ହର୍ଷବର୍ଦ୍ଧନ କୁଲକର୍ଣ୍ଣି , ବକ୍ସିଂ ଆଇକନ୍ ସରିତା ଦେବୀ, ପ୍ରଖ୍ୟାତ ଡିଜାଇନର୍ ରକି ଷ୍ଟାର ଓ ନମ୍ରତା ଜୋଶିପୁରା ରହିଥିଲେ। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ୩୦ଟି ରାଜ୍ୟର ପ୍ରତିଯୋଗୀ ମାନେ ରକି ଷ୍ଟାର ଓ ରୋବର୍ଟ ନୋରେମଙ୍କ ପାରମ୍ପାରିକ ପୋଷାକ ପିନ୍ଧିଥିଲେ । ଏହାସହ ନମ୍ରତା ଜୋଶିପୁରାଙ୍କ ଆର୍କଷଣୀୟ କଲେକ୍ସସନ୍ ର ମଧ୍ଯ ପ୍ରଦର୍ଶନ କରାଯାଇଥିଲା ।

Leave a comment