୧୯ଟି ସ୍ଥାନକୁ କଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ନୂଆ ଭେଟିଏଣ୍ଟ ଓମିକ୍ରନ୍ ସଂକ୍ରମଣ । ତେଣୁ ସତର୍କତା ଦୃଷ୍ଟି ରୁ ବଢ଼ିବାରେ ଲାଗିଛି କଣ୍ଟେନମେଣ୍ଟ ଜୋନ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରର ୧୯ଟି ସ୍ଥାନକୁ କଟେନମେଣ୍ଟ ଜୋନ୍ ଘୋଷଣା କରିସାରିଲାଣି ବିଏମସି । ଏହିସବୁ ସ୍ଥାନରୁ ଏକାଧିକ ପଜିଟିଭ କେସ୍ ବାହରିବା ପରେ ଏଭଳି କଡା ପଦକ୍ଷେପ ନେଇଛି ବିଏମସି ।
ବିଦେଶ ଫେରନ୍ତା କରୋନା ଆକ୍ରାନ୍ତ ହେଉଥିବାରୁ ଓମିକ୍ରନ୍ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି । ବୁଧବାର ଓ ଗୁରୁବାର ଭୁବନେଶ୍ବର ମହାନଗର ନିଗମରେ ୧୯ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଗଲାଣି । ଗୁରୁବାର ସକାଳେ ରାଜଧାନୀର ନୟାପଲ୍ଲୀ ଓ ଭୀମପୁରରେ ଗୋଟିଏ ଲେଖାଏଁ ଏବଂ ଶ୍ରୀକ୍ଷେତ୍ରବିହାରରେ ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ପରେ ୟୁନିଟ୍ -୯ କ୍ବାର୍ଟର ନଂ-୪ ଆରଏଫ-୨୦, ୟୁନିଟ୍-୩ ଗୁରୁଦ୍ବାର ପଛପଟ ପ୍ଲଟ୍ ନଂ-୭, ଗୌତମନଗର ଉତ୍କଳରୟାଲ ରେସିଡେନ୍ସି ପ୍ଲଟ୍ ନଂ-ଏ/୯୪, ଟଙ୍କପାଣି ରୋଡ୍ ଅନ୍ନପୂର୍ଣ୍ଣା ଆପାର୍ଟମେଣ୍ଟ ପ୍ଲଟ୍ ନଂ-୨୦୯ ଏବଂ ଟଙ୍କପାଣି ରୋଡ୍ ଆପୋଲୋ ଫାର୍ମାସି ନିକଟ ପ୍ଲଟ୍ ନଂ-୧୧୪୭ ଆଦି ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ଏହି ଅଞ୍ଚଳରୁ ବାହାରକୁ କୌଣସି ଲୋକ ଯାଇ ପାରିବେ ନାହିଁ କିମ୍ବା ବାହାରୁ ମଧ୍ୟ କେହି ଏହି ସ୍ଥାନଗୁଡ଼ିକୁ ପ୍ରବେଶ କରିପାରିବେ ନାହିଁ । ସମ୍ପୃକ୍ତ ୱାର୍ଡର ୱାର୍ଡ ଅଫିସରମାନେ ଏହି ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ସହ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଜନସାଧାରଣଙ୍କୁ ସହଯୋଗ କରାଯିବ ବୋଲି ବିଏମସି କହିଛି ।