୧୮୦ ମାଓ ସମର୍ଥକଙ୍କ ଆତ୍ମସମର୍ପଣ, ପୋଡ଼ିଲେ ନକ୍ସଲ ପୋଷାକ

0

ଚିତ୍ରକୋଣ୍ଡା (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତରେ ୧୮୦ ମାଓବାଦୀ ମିଲିସିଆ ଆତ୍ମସମର୍ପଣ କରିଛନ୍ତି। ଡାବୁଗୁଡା, ଧାକୋଡ଼ପଦର, ଆର୍ଲିଙ୍ଗପୋଡା ଆଦି ଅଞ୍ଚଳର ସବୁ ଗ୍ରାମବାସୀ ପୂର୍ବରୁ ମାଓ ସଙ୍ଗଠନ ପାଇଁ କାମ କରି ଆସୁଥିଲେ।

ଯନ୍ତ୍ରୀ ଅଞ୍ଚଳରେ ବିଏସ୍ଏଫ୍ କ୍ୟାମ୍ପ ସ୍ଥାପନ ପରେ ମାଓବାଦୀଙ୍କ ଗଡ ଭୁଶୁଡି ପଡିଲା। ଯାହା ଫଳରେ ଅଞ୍ଚଳରେ ହେଉଥିବା ବିକାଶକୁ ଦେଖି ଆଜି ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ଏବଂ ଏହି ତିନି ଗ୍ରାମର କିଛି ପୁରୁଷଙ୍କୁ ମାଓବାଦୀ ଦେଇଥିବା ୟୁନିଫର୍ମକୁ ନିଆଁରେ ଜାଳି ଦେଇଥିଲେ ଯୁବକ ମାନେ। ଚିତ୍ରକୋଣ୍ଡା ଏସ୍ଡିପିଓ, ବିଡିଓ ଚିତ୍ରକୋଣ୍ଡା, ଯୋଡ଼ାଆମ୍ବ ଥାନା ଅଧିକାରୀଙ୍କ ସାମ୍ନାରେ ୧୮୦ ଜଣ ମାଓ ସମର୍ଥକ ଆତ୍ମ ସମର୍ପଣ କରିଥିଲେ।

Leave a comment