ପୁଣି ୩ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ ଛୁଇଁଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ପୁଣି ୩ କରୋନା ପଜିଟିଭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ବାଲେଶ୍ୱର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ କଟକ ତିିଗିରିଆରୁ ଜଣେ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି । ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଚିଂଛି । ଦୁଇ ଆକ୍ରାନ୍ତଙ୍କ ବୟସ ୫୬ ଓ ୨୬ ବର୍ଷ । ଦୁହେଁ କୋଲକତା ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ସେହିଭଳି କଟକରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ସୁରତ ରୁ ଫେରିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଆଜି ସକାଳୁ ଗଞ୍ଜାମ ଜିଲ୍ଳାରେ ପୁଣି ଜଣେ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି । ଗୋଟିଏ ଦିନରେ ରାଜ୍ୟରେ ୩୫୩୫ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଗତକାଲି ରାଜ୍ୟରେ ୬ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି । ଯାଜପୁର ଜିଲ୍ଲାରେ ୪ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଭଦ୍ରକ ଜିଲ୍ଲାରୁ ୨ ଜଣ । ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଚିଂଥିବାବେଳେ ଭଦ୍ରକ ଜିଲ୍ଲାରେ ୨୧ ଆକ୍ରାନ୍ତଙ୍କୁ ଚିହ୍ନଟ କରାଗଲାଣି ।