ଇରାନରେ ୟୁକ୍ରେନର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ: ୧୭୦ ମୃତ

0

ଓଡିଶା ଫାଷ୍ଟ(  ବ୍ୟୁରୋ) :   ଇରାନର ରାଜଧାନୀ ତେହରାନରେ ୟୁକ୍ରେନର ଏକ ଯାତ୍ରୀ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ୧୭୦ ଜଣ ଯାତ୍ରୀ ଏଥିରେ ମୃତ୍ୟୁବରଣ କରିଛନ୍ତି । ବିମାନରେ ଯାନ୍ତ୍ରୀକ ତ୍ରୁଟି ଥିବା କାରଣରୁ ଦୁର୍ଘଟଣା ଘଟିଥିବା ଇରାନ ମିଡିଆରେ କୁହାଯାଇଛି ।

ବିମାନଟି ଇରାନ୍‌ର ରାଜଧାନୀ ତେହରାନ୍‌ ସ୍ଥିତ ଇମାମ୍ ଖୁମୈନୀ ବିମାନବନ୍ଦର ନିକଟରୁ ଉଡ଼ାଣ ଭରିବାର କିଛି ସମୟ ପରେ ହିଁ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ତେଣୁ ଏହା ତଳକୁ ଖସି ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ଦୁର୍ଘଟଣାଗ୍ରସ୍ତ ଏହି ବୋଇଂ ୭୩୭ ବିମାନଟି ୟୁକ୍ରେନ୍‌ ଇଣ୍ଟରନ୍ୟାସ୍‌ନାଲ୍ ଏୟାରଲାଇନ୍ସର। ଦୁର୍ଘଟଣା ବେଳେ ବିମାନଟି ୭୯୦୦ ଫୁଟ୍ ଉଚ୍ଚରେ ଉଡ଼ୁଥିଲା। ତେଣୁ ଏହା ତଳକୁ ଖସି ପଡ଼ିବାରୁ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

 

Leave a comment