ସୁକମାରେ ୧୭ ଯବାନ ସହିଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛତିଶଗଡ଼ ରାଜ୍ୟର ସୁକମାରେ ନକ୍ସଲଙ୍କ ସହ ଗୁଳି ବିନିମୟରେ ୫ଏସଟିଏଫ ଓ ୧୨ଡିଆରଜି ଯବାନ ସହିଦ ହୋଇଛନ୍ତି । ଗତକାଲି ଗୁଳିବିନିମୟ ପରେ ୧୭ଜଣ ଯବାନ ନିଖୋଜ ଥିଲେ । ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସୂଚନାଯୋଗ୍ୟ, ଛତିଶଗଡ଼ସ୍ଥିତ ସୁକମା ଚିନ୍ତାଗୁଫାରେ ଯବାନ- ମାଓବାଦୀଙ୍କ ମଧ୍ୟରେ ଗୁଳିୁବନିମୟ ହୋଇଥିଲା । ଯାହାଫଳରେ ୧୪ଜଣ ଯବାନ ଆହତ ହୋଇଥିଲେ । ୧୪ଜଣ ଯବାନ ଆହତ ହେବା ସହ ୧୭ଜଣ ଯବାନ ନିଖୋଜ ଥିଲେ । ଗୁଳିବିନିମୟ ଫଳରେ ଆହତ ହୋଇଥିବା ଯବାନମାନଙ୍କୁ ରାୟପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛିି । ଏନେଇ ଗଣମାଧ୍ୟମକୁ ଛତିଶଗଡ଼ ଡିଜିପି ସୂଚନା ମଧ୍ୟ ଦେଇଥିଲେ ।