ବନ୍ୟାରେ ୨୦ ଜିଲ୍ଲାର ୧୪ଲକ୍ଷ ଲୋକ ପ୍ରଭାବିତ, ୧୭ ଜଣଙ୍କ ମୃତ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ ୨୦ଟି ଜିଲ୍ଲାରେ ବନ୍ୟାଜଳ ପଶିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୦ ହଜାର କଚ୍ଚା ଘର ମାଟିରେ ମିଶି ଯାଇଥିବା ରିପୋର୍ଟରୁ ସୂଚନା ମିଳିଛି। ବନ୍ୟାରେ ୧୭ଜଣଙ୍କ ଜୀବନ ଯାଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ବନ୍ୟାରେ ୨୦ଟି ଜିଲ୍ଲାର ୧୧୨ଟି ବ୍ଲକର ୩୨୫୬ ଗ୍ରାମର ୧୪ଲକ୍ଷ ୩୨ହଜାର ୭୦୧ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ୨୦ ଜିଲ୍ଲା ପ୍ରଭାବିତ ହୋଇଛି । ସେଗୁଡିକ ହେଲା ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ।
ଉପରମୁଣ୍ଡରେ ବର୍ଷା କମିଥିଲେ ମଧ୍ୟ ବନ୍ୟାଜଳ ନଦୀରୁ କମୁନି। ହୀରାକୁଦରୁ ବନ୍ୟାଜଳ ପାସ କରିବା ପାଇଁ ୧୨ରୁ ୧୫ ଘଣ୍ଟା ଲାଗିବ। ତେଣୁ ବନ୍ୟାସ୍ଥିତି ଆହୁରି ୩ରୁ୪ ଦିନ ଲାଗିରହିବ। ଏପଟେ ମହାନଦୀ ଅବବାହିକାରେ ଦୁଇଟି ଘାଇ ହୋଇ ଗାଁ ମୁହାଁ ହୋଇଛି ବନ୍ୟାଜଳ। ପୁରୀ ଜଗତସିଂହପୁର ଓ କେନ୍ଦ୍ରପଡାରେ ଲହାର ପ୍ରଭାବ ରହିବ। ସେଥିପାଇଁ ଉଦ୍ଧାର ଓ ରିଲିଫ ବଣ୍ଟନ ପାଇଁ ଅଧିକ ଓଡ୍ରାଫ ଟିମ୍ ପଠାଇଛନ୍ତି ସରକାର। ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ହୀରକୁଦକୁ ୭ଲକ୍ଷ୬୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୭ ଲକ୍ଷ ୬୫ ହଜାର କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି। ଆଜି ସକାଳେ ମୁଣ୍ଡଳିରେ ହୀରାକୁଦରୁ ଆସିଥିବା ୧୦ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପାସ କରୁଛି। ଆସନ୍ତାକାଲି ପର୍ଯ୍ୟନ୍ତ ଏହା ଲାଗିରହିବ। ମହାନଦୀ ଅବବାହିକାରେ ୨ଟି ଘାଇ ହୋଇଛି। କଣାସ ନୂଆସାହି ନକଟରେ ଦୟାରେ ଗୋଟିଏ ହୋଇଥିବା ବେଳେ ଖୋର୍ଦ୍ଧାର ରାଜୁଆରେ ମଧ୍ୟ ଗୋଟିଏ ଘାଇ ହୋଇଛି।୨୦ଟି ଜିଲ୍ଲାର ୧୧୨ଟି ବ୍ଲକର ୩୨୫୬ ଗ୍ରାମରେ ୧୪ ଲକ୍ଷ ୩୨ ହଜାର ୭୦୧ ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ୨ ଲକ୍ଷ ୬୫ ହଜାର ୭୨୩ ଜଣ ଲୋକ ଏବେବି ପାଣି ଘେରରେ ଅଛନ୍ତି । ସେହିପରି ୧୦ ହଜାର ୩୮୨ଟି ଘର ନଷ୍ଟ ହୋଇଛି । ସେହିପରି ୧ଲକ୍ଷ ୬୮ ହଜାର ୯୦୪ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ୧୧ଟି ଜିଲ୍ଲାର ୧୦୭ଟି ରୋଡ୍ ବିଛିନ୍ନ ହୋଇଛି ।
୫ଟି ଜିଲ୍ଲାରେ ୩୨ଟି ଘାଇ ସୃଷ୍ଟି ହୋଇଛି । ସେହିପରି ବନ୍ୟା ପ୍ରଭାବିତ ଅଂଚଳରେ ୪୫ଟି ମେଡିକାଲ ଟିମ୍ ମୁତୟନ କାରାଯାଇଛି । ୧୪ ଏନ୍ଡିଆର୍ଏଫ୍, ୧୭ଟି ଓଡ୍ରାଫ ଏବଂ ୨୨ଟି ଅଗ୍ନିଶମ ବାହୀନି ମୁତୟନ ହୋଇଛନ୍ତି । ଏନେଇ ଏସ୍ଆର୍ସି ସୂଚନା ଦେଇଛନ୍ତି ।