ଢାଳିଦେଲେ ୧୫ଶହ ଲିଟର କ୍ଷୀର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚାଷୀ ଢାଳିଦେଲେ ୧୫ ଶହ ଲିଟର କ୍ଷୀର । ଆଜି ଏଭଳି ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁରରେ । ବାସୁଦେବପୁର ବାମୁଲ କେନ୍ଦ୍ରରେ ନିମ୍ନମାନର କ୍ଷୀର କହି ଚାଷୀଙ୍କୁ ଫେରାଇଦେବାରୁ ପ୍ରତିବାଦ କରି କ୍ଷୀର ଢାଳିଲେ ଓ ଆଜି ସକାଳେ ଶତାଧିକ କ୍ଷୀର ଚାଷୀ ବାମୁଲ ଘରେ ଚାବି ପକାଇ ଧାରଣା ଦେଲେ ।

ସୂଚନା ଅନୁଯାୟୀ, ଭଦ୍ରକ ବାସୁଦେବପୁର ଦୁଗ୍ଧ ଶୀତଳ ଭଣ୍ଡାର ଅଧିନରେ ୧୫ଟି ସୋସାଇଟି ଓ ୧୨ଟି ବିଏମ୍‌ସିର ପ୍ରାୟ ଦୁଇ ହଜାର ଲିଟର କ୍ଷୀର ପ୍ରତିଦିନ ସଂଗ୍ରହ ହୋଇଥାଏ । ହଜାର ହଜାର ଚାଷୀ ଏହି ସୋସାଇଟିରେ କ୍ଷୀର ଦେଇଥାନ୍ତି । ମାତ୍ର ନିମ୍ନମାନର କ୍ଷୀର କହି ଗତକାଲି ରାତି ପର୍ଯ୍ୟନ୍ତ ବିଏମ୍‌ସି ଅଧିକାରୀ କ୍ଷୀର ନେଇନଥିବାରୁ ଚାଷୀମାନେ ଆଣିଥିବା ସମସ୍ତ କ୍ଷୀର ଢାଳିଦେଇଥିଲେ ।

Leave a comment