ଆଫଗାନିସ୍ଥାନ ଭୁମିକମ୍ପରେ ୧୫୫ ମୃତ
ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଫଗାନିସ୍ଥାନରେ ବଡଧରଣ ଭୁକମ୍ପରେ ୧୫୫ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା। ରିକ୍ଟର ସ୍କେଳ୍ର ଭୁମିକମ୍ପର ତିବ୍ରାତା ୬.୧ ଥିବା ସୂଚନା। ଏହା ଇସ୍ଲାମବାଦ, ପେଶଓ୍ୱାର, ରାଓ୍ୱଲପିଣ୍ଡ ରେ ଏହି ଝଟକା ଅନୁଭୂତ ହୋଇଥିଲା। ୟୁଏସ୍ ଜିଓଲୋଜିକାଲ ସର୍ଭେ ଅନୁଯାୟୀ ଭୁମିକମ୍ପର ଉତ୍ପତ୍ତି ସ୍ଥଳ ଆଫଗାନିସ୍ଥାନ ବୋଲି ସୂଚନା।
ସୂଚନାମୁତାବକ, ଭୁକମ୍ପର ଝଟକା କିଛି ସେକେଣ୍ଡ ଅନୁଭୁତ ହୋଇଥିଲା। କିନ୍ତୁ ଏହି କାରଣରୁ ଲୋକମାନେ ଭୟଭୀତ ହୋଇ ଏପଟସେପଟ ଦୌଡିବାକୁ ଲାଗିଥିଲେ। ତେବେ ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ପାକିସ୍ତାନରେ ଭୂମିକମ୍ପ ଆସିଥିଲା।