ରାଜ୍ୟରେ ସୁସ୍ଥ ହେଲେ ୧୫୩୫ କରୋନା ଆକ୍ରାନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ମଙ୍ଗଳବାର ୧୫୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୪୫୩୧୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।
Another 1535 #COVID19 patients have recovered and are being discharged on 18.8.2020
287 from Khordha
178 from Sundergarh
156 from Ganjam
105 from Kandhamal
96 from Puri
84 from Cuttack
73 from Koraput
70 from Baragarh
63 from Nayagarh
58 from Malkangiri
52 from Balasore— H & FW Dept Odisha (@HFWOdisha) August 18, 2020
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୭ଜଣ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୧୭୮, ଗଞ୍ଜାମରୁ ୧୫୬, କନ୍ଧମାଳରୁ ୧୦୫, ପୁରୀରୁ ୯୬, କଟକରୁ ୮୪, କୋରାପୁଟରୁ ୭୩, ବରଗଡରୁ ୭୦, ନୟାଗଡରୁ ୬୩, ମାଲକାନଗିରିରୁ ୫୮, ବାଲେଶ୍ୱରରୁ ୫୨, କଳାହାଣ୍ଡିରୁ ୪୭, ଭଦ୍ରକରୁ ୪୨, ଯାଜପୁରରୁ ୩୯, ଗଜପତିରୁ ୨୭, କେନ୍ଦ୍ରାପଡାରୁ ୨୦, ସମ୍ବଲପୁରରୁ ୨୦, ଝାରସୁଗୁଡାରୁ ୧୯, ମୟୂରଭଞ୍ଜ ଓ କେନ୍ଦୁଝରରୁ ୧୭ଜଣ ଲେଖାଏଁ, ଢାଙ୍କାନାଳରୁ ୧୫, ରାୟଗଡାରୁ ୧୪, ନବରଙ୍ଗପୁରରୁ ୧୩, ବଲାଙ୍ଗିର ଓ ବୌଦ୍ଧରୁ ୭ଜଣ ଲେଖାଏଁ, ଜଗତସିଂହପୁରରୁ ୬, ନୂଆପଡାରୁ ୨ ଓ ସୋନପୁରରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।