ଝାରସୁଗୁଡାରେ ସର୍ବବୃହତ ୧୫ ହଜାର କୋଟିର ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ୨୫ ବର୍ଷ ପାଇଁ ମିଳିବ ୧୩୨୦ ମେଗାୱାଟର ତାପଜ ଶକ୍ତି । 

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡା ଏବଂ ରାଉରକେଲା ଗସ୍ତ କରିଥିଲେ । ଝାରସୁଗୁଡାରେ ଗସ୍ତ କରି ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଝାରସୁଗୁଡାର ବନହରପାଲିରେ ୧୩୨୦ ମେଗାୱାଟର ନିଜସ୍ୱ ତାପଜ ବିଦ୍ୟୁତ୍ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁଯାୟୀ, ଝାରସୁଗୁଡାର ବନହରପାଲିରେ ୧୫ ହଜାର କୋଟି ଟଙ୍କା ନିବେଶରେ ତିଆରି ହୋଇଛି ଓଡିଶାର ସର୍ବ ବୃହତ୍ ଶକ୍ତି ଉତ୍ପାଦନ ପ୍ରକଳ୍ପ । ଏହି ପ୍ରକଳ୍ପ ଆଗାମୀ ୨୫ ବର୍ଷ ନିଜସ୍ୱ ତାପଜ ଶକ୍ତିର ଏକ ଉତ୍ସ ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ସୁନ୍ଦରଗଡ ଜିଲ୍ଲା ମନୋହରପୁର କୋଇଲା ଖଣିର ଉଦଘାଟନ ଭିଡ଼ିଓ କନଫରେନସିଂ ଜରିଆରେ କରିଛନ୍ତି ମୁଖ୍ୟମନ୍ତ୍ରୀ । ମନୋହରପୁର କୋଇଲା ଖଣିରୁ ରାଜ୍ୟ ସରକାର ନିଜସ୍ୱ ରେଳ ଲାଇନ ନିର୍ମାଣ କରି ବନହରପାଲି ଓପିଜିସିକୁ କୋଇଲା ଯୋଗାଣର ବନ୍ଦୋବସ୍ତ କରୁଛନ୍ତି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a comment