କାନ୍ଥ ଭୁଶୁଡ଼ି ୧୫ ଜଣ ମୃତ, ଅନେକ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାନ୍ଥ ଭୁଶୁଡ଼ି ୧୫ ଜଣ ମୃତ । ଏଭଳି ଦୁଃଖଦ ଘଟଣା ମହାରାଷ୍ଟ୍ର ପୁଣେର କୋଣ୍ଡଓ୍ୱାରେ ଘଟିଛି । ମୃତକଙ୍କ ମଧ୍ୟରେ ୯ ଜଣ ପୁରୁଷ, ୨ ଜଣ ମହିଳା ଓ ୪ ଜଣ ଶିଶୁ ଅଛନ୍ତି । ଆହତଙ୍କ ଉଦ୍ଧାର କାର୍ଯ୍ୟ ଅଗ୍ନିଶମ ଓ ଏନ୍ଡିଆରଏଫ୍ ଟିମ ଜାରି ରଖିଛନ୍ତି ।
ସୂଚନା ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ମହାରାଷ୍ଟ୍ର ପୁଣେର କୋଣ୍ଡଓ୍ୱା ତାଲାବ ମସଜିଦ ପାଖରେ ଥିବା ଏକ ଆପାର୍ଟମେଣ୍ଟର ପ୍ରାୟ ୬୦ ଫୁଟ୍ ଲମ୍ବର ବେସମେଣ୍ଟ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଏହି କାନ୍ଥକୁ ଲାଗି ରହିଥିବା ବସ୍ତିର ଅଧିକାଂଶ ଘର ଟିଣ ଛପର ହୋଇଥିବାରୁ ତାହା ଭାଙ୍ଗି ଯାଇଥିଲା । ତେଣୁ କାନ୍ଥ ତଳେ ଚାପି ହୋଇ ୧୫ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଏବେମଧ୍ୟ କିଛି ଲୋକ କାନ୍ଥତଳେ ଚାପି ହୋଇରହିଥିବା ଅନୁମାନ କରାଯାଉଛି । ଯୁଦ୍ଧକଲିଂ ଭିତ୍ତରେ ଉଦ୍ଧାର କାର୍ଯ୍ୟ ଚାଲିଛି ।