ଚାଷୀ ସମାବେଶ ପାଇଁ ଜାତୀୟ ରାଜପଥରେ ୧୪୪ ଧାରା ଜାରି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି ଭୁବନେଶ୍ୱରରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ବିଶାଳ ଚାଷୀ ସମାବେଶର ଆୟୋଜନ କରାଯାଇଛି । ତେଣୁ ବିଭିନ୍ନ ଜିଲ୍ଲାରୁ ଶହ ଶହ ଚାଷୀ ଭୁବନେଶ୍ୱର ଆସୁଥିବାରୁ ସେମାନଙ୍କୁ ରୋକିବା ପାଇଁ ଜାତୀୟ ରାଜପଥରେ ୧୪୪ ଧାରା ଜାରି କରାଯାଇଛି ।
ସୂଚନା ଅନୁଯାୟୀ, ଆସନ୍ତା କାଲି ଭୁବନେଶ୍ୱରରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ବିଶାଳ ଚାଷୀ ସମାବେଶର ଆୟୋଜନ ଜରାଯାଇଛି । ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀଙ୍କ ସୁଅ ଛୁଟିବା ରେ ଲାଗିଛି । ଚାଷୀଙ୍କୁ ଅଟକାଇବାକୁ ଜାତୀୟ ରାଜପଥରେ ୧୪୪ ଧାରା ଜାରି କରାଯାଇଛି। ଚାଷୀମାନେ ସରକାର ବିରୋଧୀ ନାରାବାଜି ଦେଇ ଭୁବନେଶ୍ୱର ଆସୁଥିବା ବେଳେ ତମାଣ୍ଡୋ ନିକଟରେ ଜାତୀୟ ରାଜପଥ ଉପରେ ୧୪୪ ଧାରା ଜାରି କରାଯାଇଛି । ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ଗତ କିଛି ଦିନ ଧରି ପୁଣି ଆନ୍ଦୋଳନ ଚଳାଇଛି ନବ ନିର୍ମାଣ କୃଷକ ସଂଗଠନ।