ଦିଦିଙ୍କ ସବୁନ ଲଗାଇବା ପଡିଲା ମହଙ୍ଗା, ୧୪ ଛାତ୍ରଙ୍କ ଉପରେ ମାଡର ବର୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଡଙ୍ଗରା ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ସବୁନ ବ୍ୟବହାର କରିବାରୁ ୧୪ ଜଣ ଛାତ୍ରଙ୍କ ଉପରେ ହୋଇଛି ମାଡର ବର୍ଷା । ପିଠିରେ ବସିଛି ବେତଦାଗ । ଶିକ୍ଷୟତ୍ରୀଙ୍କ ମାଡରେ ଆହତ ଛାତ୍ରମାନେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କୁ ଅଭିଯୋଗ କରିବା ପରେ ପୁରା ଘଟଣା ସମ୍ନାକୁ ଆସିଥିଲା ।

ବିଦ୍ୟାଳୟ ପରିଚାଳନା କମିଟି ଶିକ୍ଷୟିତ୍ରୀ ସୁପ୍ରଭା ସାହୁଙ୍କୁ ଏସମ୍ୱନ୍ଧରେ ପଚାରିବାରୁ ସେ ଏହାକୁ ଖଣ୍ଡନ କରିବା ସହ ଛାତ୍ରମାନେ ବିଶୃଙ୍ଖଳା ହେଉଥିଲେ ତେଣୁ ସେ ମାଡ଼ ମାରିଛନ୍ତି ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଡଙ୍ଗରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁପ୍ରଭା ସାହୁଙ୍କ ସାବୁନ ବ୍ୟବହାର କରିବା , ବୋତଲରୁ ପାଣି ପିଇବାକୁ ନେଇ ୧୪ଜଣ ଛାତ୍ରଙ୍କୁ ସେ ବେତରେ ମାରି ଆହତ କରିଥିବା ଅଭିଯୋଗ ଆସିଛି । ସେହିପରି ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷକ ସ୍କୁଲ କାମରେ ବାହାରକୁ ଯାଇଥିବା ସମୟରେ ଏହି ଘଟଣା ଘଟିଥିବା କହିଛନ୍ତି ।

Leave a comment