୧୪ ମୃତଦେହ ପ୍ଲାଷ୍ଟିକ ବ୍ୟାଗରେ !

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୪ଟି ବ୍ୟାଗରୁ ଉଦ୍ଧାର ହେଲା ନବଜାତକଙ୍କ ମୃତଦେହ । କୋଲକାତାର ଏକ ନିର୍ମାଣଧୀନ ଅଞ୍ଚଳରୁ ମିଳିଛି ଏହି ମୃତଦେହ ।

ସୂଚନା ଅନୁଯାୟୀ, କୋଲକାତାର ହରଦେବପୁର ଥାନା ଅର୍ନ୍ତଗତ ରାଜା ରାମମୋହନ ରୟ ସାରଣୀ ପାଖରେ ଏକ ନିର୍ମାଣାଧୀନ ଅଞ୍ଚଳକୁ ସଫା କରିବାକୁ ଯାଇଥିବା ଶ୍ରମିକଙ୍କୁ ଏକ ପ୍ଲାଷ୍ଟିକ ବ୍ୟାଗ ମିଳିଥିଲା । ସେ ବ୍ୟାଗ ଖୋଲିବା ପରେ ଶ୍ରମିକମାନଙ୍କ ହୋଶୂଡିଯାଇଥିଲା । ସେ ୧୪ଟି ବ୍ୟାଗ ଗୁଡିକ ଭିତରେ ନବଜାତକଙ୍କ ମୃତଦେହ ଥିବା ଅନୁମାନ କରି ପୋଲିସକୁ ତୁରନ୍ତ ଖବର ଦିଆଯାଇଥିଲା । ପୋଲିସ ସେ ସ୍ଥାନରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ସ୍ଥାନୀୟ ଅଞ୍ଚଳର କୌଣସି ଗର୍ଭପାତ ରାକେଟର ଏହା ପଛରେ ହାତ ଥିବା ପୋଲିସ ସନ୍ଦେହ କରି ଡାକ୍ତରଖାନାକୁ ପଠାଇ ଥିଲା ମାତ୍ର ଏଥିରେ କୌଣସି ଶିଶୁ ମୃତଦେହ ଥିବାକୁ ଡାକ୍ତର ଖଣ୍ଡନ କରିଥିଲେ । ଡାକ୍ତରଙ୍କ କହିବା ମୁତାବକ ଏହି ପ୍ୟାକେଟରେ ଡାକ୍ତରଖାନାରେ ବ୍ୟବହୃତ ଗଜକପଡା ଓ ଡାକ୍ତରଖାନାର ବର୍ଜ୍ୟବସ୍ତୁ ଭର୍ତ୍ତି ହୋଇଅଛି ।

Leave a comment