ଦିବ୍ୟାଙ୍ଗ ଯୁବତୀଙ୍କଠୁ ୩୦ହଜାର ଟଙ୍କା ଲୁଟ୍ ମାମଲା : ୧୩ ଅଭିଯୁକ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଳାହାଣ୍ଡି ଢେପଗୁଡା ଘାଟିରେ ଦିବ୍ୟାଙ୍ଗ ଯୁବତୀଙ୍କଠୁ ୩୦ ହଜାର ଟଙ୍କା ଲୁଟ୍ ମାମଲାରେ ୧୩ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
ଗତ ୨୦ତାରିଖରେ ଯୁବତୀ ନିଜ ସମ୍ପର୍କୀୟଙ୍କ ସହ ବାଇକରେ ପୋଖରୀ ବନ୍ଧ ଗାଁ ଫେରୁଥିବା ବେଳେ ଲୁଟ୍ ର ଶିକାର ହୋଇଥିଲେ। ବିଶ୍ବନାଥପୁର ପୋଲିସ ଅଭିଯୁକ୍ତଙ୍କ ଠାରୁ ୩୦ ହଜାର ଜବତ କରିଛି । ସ୍ଥାନୀୟ ଅଂଚଳର ମାଷ୍ଟର ମାଇଣ୍ଡ ସୌମ୍ୟରଞ୍ଜନ ଦାସଙ୍କ ସହ ଅନ୍ୟ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।