ସରଣ ନେଇଥିବା ସ୍ଥାନ ହିଁ ବନିଲା ମୃତ୍ୟୁର କାରଣ, ୫ ପରିବାର ର ୧୩ ମୃତ, ୩ ନିଖୋଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ଚାଲିଗଲା ମାଡ଼ିଆସିଲା ବନ୍ୟା । ରାଜ୍ୟର ଅନେକ ସ୍ଥାନରେ ଧନ ଜୀବନର କ୍ଷୟ କ୍ଷତି ଘଟିଲା । ସବୁଠାରୁ ଅଧିକ ପ୍ରଭାବିତ ହେଲେ ଗଞ୍ଜାମ, ଗଜପତି ଓ ରାୟଗଡା ଅଞ୍ଚଳ । ଏହି ସମୟରେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ଅଞ୍ଚଳରେ ଘଟିଯାଇଛି ଏକ ବଡ ଦୁର୍ଘଟଣା । ଜୀବନ ରକ୍ଷା ପାଇଁ ଯାହାକୁ ସୁରକ୍ଷିତ ଭାବି ଆଶ୍ରୟ ନେଇଥିଲେ ସେହି ମୃତ୍ୟୁର କାରଣ ହେଲା । ପାହାଡ଼ ଧସିବା ଫଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ନିଖୋଜ ଥିବା ଜଣାପଡିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ଗ୍ରାମବାସୀଙ୍କ କହିବାନୁସାରେ, ତିତଲି ଆସିବା ଭୟରେ ୫ଟି ପରିବାରର ୧୬ ଜଣ ଗାଁ ଛାଡି ପାହାଡ଼ ଉପରେ ଥିବା ଗୁମ୍ଫାରେ ଆଶ୍ରୟ ନେଇଥିଲେ । ମାତ୍ର ବର୍ଷାରେ ପାହାଡ଼ ଧସିବା ଫଳରେ ଏହା ତଳେ ଚାପିହୋଇ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ୫ଜଣ ଶିଶୁ ଅଛନ୍ତି । ଅନ୍ୟ ୩ ଜଣ ଏବେବି ନିଖୋଜ ଅଛନ୍ତି ।

ଅପରପକ୍ଷରେ, ସେମାନେ ଯାଇଥିବା ସ୍ଥାନଟି ଦୁର୍ଗମ ଇଲାକା ହୋଇଥିବାରୁ ସ୍ୱତନ୍ତ୍ର ଟିମ ଏହି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

Leave a comment