ରାଜଧାନୀ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀର ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା ହୋଇଛି । ଏଠି ଅତ୍ୟଧିକ କୋଭିଡ ପଜିଟିଭ୍ ବାହାରିବା ପରେ ବିଏମ୍ସି ଏହି ନିଷ୍ପତ୍ତି ନେଇଛି ।
ସୂଚନା ଅନୁଯାୟୀ, ଭୁବନେଶ୍ୱରର ଦକ୍ଷିଣ-ପଶ୍ଚିମ ଜୋନ୍ର ୬ଟି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ ଘୋଷଣା କରାଯାଇଛି । ସେଥିମଧ୍ୟରେ କଳିଙ୍ଗ ଷ୍ଟାଡିୟମ ବାଳକ ଏବଂ ବାଳିକା ହଷ୍ଟେଲ, ପ୍ରତିକ୍ଷା ଏନକ୍ଲେଭ ପ୍ଲଟ ନଂ ଜି-୧, ପୋଖରୀପୁଟ କୋକିଳା ବିହାର ପ୍ଲଟ ନଂ ୫୧୧, ପୋଖରୀପୁଟ ଅନନ୍ତ ବିହାର ପ୍ଲଟ ନଂ ୪୯କୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ ଘୋଷଣା କରାଯାଇଛି । ଉତ୍ତର ଜୋନର ହଂସପାଳ ମେଟ୍ରୋ ସ୍ୟାଟେଲାଇଟ ସିଟି, ପଟିଆର ରୟାଲ ଲାଗୁନ, କାନନବିହାର ଫେଜ୍-୨କୁ ମଧ୍ୟ କଣ୍ଟେନ୍ମେଣ୍ଟ ଜୋନ କରାଯାଇଛି ।