ବିବାହ ଉତ୍ସବ ହେଲା କାଳ; କୂଅରେ ଖସିପଡି ୧୩ ମୃତ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ବିବାହ ଉତ୍ସବ ହେଲା କାଳ। ହସଖୁସିରେ ସମସ୍ତେ ମସଗୁଲ ଥିବାବେଳେ ହଠାତ ଆସିଲା ମୃତ୍ୟୁ, ଆଉ କ୍ଷଣକ ଭିତରେ ଚାଲିଗଲା ୧୩ ଜଣଙ୍କ ଜୀବନ । ଉତ୍ତରପ୍ରଦେଶ କୁଶିନଗରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜିଲ୍ଲାର ନୌରଙ୍ଗିଆ ସ୍କୁଲ ଟୋଲାରେ ଜଣଙ୍କ ଘରେ ଝିଅ ବିବାହର ମେହେନ୍ଦି ଉତ୍ସବ ପାଇଁ ପଡ଼ୋଶୀ ଘର ମହିଳା, ଯୁବତୀମାନେ ଆସିଥିଲେ । ମେହେନ୍ଦୀ ସମୟରେ କୂଅର ସ୍ଲାବ ଉପରେ ଛିଡ଼ା ହୋଇଥିଲେ । ଏହି ସମୟରେ ହଠାତ ସ୍ଲାବଟି ତଳକୁ ଖସିପଡ଼ିଥିଲା । ଯାହାଫଳରେ ଠିଆ ହୋଇଥିବା ମହିଳା ଓ ଯୁବତୀ କୂଆରେ ଖସି ପଡ଼ିଥିଲେ । ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ।

ତେବେ ଏହି ଘଟଣାରେ ୧୫ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା କରିଛନ୍ତି ।

Leave a comment

You cannot copy content of this page